ରାଇଘର: ଗତ କିଛି ଦିନ ପୂର୍ବରୁ ମାଓବାଦୀଙ୍କ ୧୮ତମ ସ୍ଥାପନା ଦିବସ ପାଳନ କରିବାକୁ ଖିଲୋଲି ଓ ଖୁଡ଼ୁକୁ ଅଞ୍ଚଳରେ ମାଓ ପୋଷ୍ଟର ଲଗାଇ ଆହ୍ୱାନ କରିଥିବା ବେଳେ ଆଜି ପୁଣି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଓ ଭାରସୁଣ୍ଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ୧୮ତମ ସ୍ଥାପନା ଦିବସକୁ ଆଡମ୍ବର ସହ ପାଳନ କରିବାକୁ ଆହ୍ୱାନ କରିଛନ୍ତି |
ସୂଚନା ଅନୁଯାୟୀ ଗୋନା ହାଟପଦା ନିକଟରେ ଏବଂ ଭାରସୁଣ୍ଡି ଅଂଚଳର କିଛି ସ୍ଥାନରେ ଆଜି ସକାଳୁ ମାଓ ବ୍ୟାନର ମରା ଯାଇଥିବା ସହିତ କିଛି ପୋଷ୍ଟର ଫୋପାଡି ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ମାଓବାଦୀମାନେ ୧୮ତମ ସ୍ଥାପନା ଦିବସ ପାଳନ କରିବାକୁ ଆହ୍ୱାନ କରିଛନ୍ତି। ଏଥି ସହିତ ମାଓ ସଙ୍ଗଠନକୁ ସୁଦୃଢ କରିବା ସହ ପୁଲିସକୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି। ଏଥିସହିତ ମାଓ ସଙ୍ଗଠନର ମୁଖ୍ୟ ସନ୍ଥାପକ ଚାରୁ ମଜୁମଦାର ଓ କହ୍ନାଇ ଚାଟାର୍ଜିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ କାମନା କରିବା ସହ ୨୦୨୨ରେ ସଂରକ୍ଷଣ ନିୟମ ଉଚ୍ଛେଦ କରିବାକୁ ବ୍ୟାନର ମାଧ୍ୟମରେ ଦାବି କରାଯାଇଛି। ଏହି ବ୍ୟାନର ଓ ପୋଷ୍ଟର ଗୁଡ଼ିକ ଉଦନ୍ତି ଏରିଆ କମିଟି ପକ୍ଷରୁ ମରା ଯାଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dba9992b-cd4c-40dd-8732-a9645b8d8497.jpg)
