ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। କାଂକେର ନିର୍ବାଚନ ମଣ୍ଡଳୀରେ ଆଜି ଲୋକସଭା ନିର୍ବାଚନ ହେଉଥିବାରୁ ଏହା ପୂର୍ବରୁ କାଂକେର ଜିଲ୍ଲା ସମେତ ପୁଙ୍ଖାଜୁର ଜିଲ୍ଲାରେ ନିର୍ବାଚନ ବର୍ଜନ ନେଇ ମାଓବାଦୀ ବିଭିନ୍ନ ସ୍ଥାନରେ ବ୍ୟାନର ଉଡାଇଛନ୍ତି। ଲୋକଙ୍କୁ ଭୟଭୀତ କରାଇବା ପାଇଁ ଭୋଟ ବର୍ଜନ ନକଲେ ଦଣ୍ଡନେଇ ମଧ୍ୟ ଚେତାବନୀ ଦେଇଛନ୍ତି। ଦୁର୍ଗମ ଗ୍ରାମଗୁଡିକରେ ଲୋକେ ଆତଙ୍କିତ ରହିଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଲୋକେ ନିଜ ଅଂଚଳରେ ବୁଥ ହୋଇଥିବାରୁ ଭରପୁର ଭୋଟ ଦେଉଛନ୍ତି। କଡା ସୁରକ୍ଷାରେ ଭୋଟ ଗ୍ରହଣ କରାଯାଉଥିବା ଜଣାପଡିଛି।

Advertisment

ସେହିପରି ଦୁର୍ଗମ ଅଂଚଳକୁ ହେଲିକେପ୍ଟର ବ୍ୟବହାର କରାଯାଉଛି। ପୁଲିଂ ଅଧିକାରୀମାନେ ସୁରକ୍ଷିତ ଭାବେ ଯେପରି ଭୋଟ ଗ୍ରହଣ କରିବା ପରେ ଇଭିଏମକୁ ଜିଲ୍ଲା ସଦର ମହକୁମାରେ ପହଞ୍ଚାଇବେ ସେନେଇ ସମସ୍ତ ସୁବିଧା କରାଯାଇଛି। ମାଓବାଦୀ ଗତ ୧୬ରେ କାଂକେର ଜିଲ୍ଲାରେ ଘଟିଥିବା ବଡ଼ଧରଣର ସୁରକ୍ଷାକର୍ମୀଙ୍କ ହମଲାରେ ଏକ ପ୍ରକାର ଦୁର୍ବଳ ଏବଂ ଘାଇଲା ବାଘ ଭଳି ହୋଇଛନ୍ତି। ତେଣୁ ଲୋକଙ୍କୁ ସେମାନଙ୍କ ଆଡକୁ ପୁଣି ମୁହାଇଁବାକୁ ଚେଷ୍ଟା କରୁଥିବା ପୁଲିସ କହିଛି। ଗତ ଦୁଇ ଦିନ ତଳେ ଏହି ଅଂଚଳରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରି ଆତଙ୍କିତ ପରିବେଶ ସୃଷ୍ଟି କରିଛନ୍ତି।ବ୍ୟାନର ଟାଙ୍ଗି ନକ୍ସଲ ନିଜର ଉପସ୍ଥିତି ଜାହିର କରୁଛନ୍ତି।