ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଉତ୍ପାତ ବଢିବାରେ ଲାଗିଛି। ରାସ୍ତାକାମକୁ ବିରୋଧ କରି ୧୦ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ। ସଂକନପାଲୀ ଠାରୁ ଭଟିଗୁଡା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମ ଶିବ ଶଂକର ଇଂଜିନିୟରର୍ସ ୱାର୍କସ ନାମକ ଠିକା କମ୍ପାନି କରୁଛି। ମାଓବାଦୀ ଏହି ରାସ୍ତାକାମକୁ ବିରୋଧ କରି ଆସୁଥିଲେ। ଆଜି ନକ୍ସଲ କାର୍ଯ୍ୟସ୍ଥଳରେ ପହଞ୍ଚି ସମସ୍ତ ୧୦ଟି ଗାଡିକୁ ନିଆଁ ଲଗାଇ ପୋଡିଦେଇଛନ୍ତି।
/sambad/media/post_attachments/wp-content/uploads/2018/02/Mkg-naxal-brunt-vihicle-1-300x169.jpg)
ସେହିପରି ତିପାପୁରମ ଏବଂ ତୋଙ୍ଗପାଲ ମଧ୍ୟସ୍ଥ ଅଞ୍ଚଳରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି।ଏହି ଗୁଳିବିନିମୟ ହେବା ଫଳରେ ଜଣେ ଯବନ ଆହତ ହୋଇଛନ୍ତି। ସେହିଭଳି କୁଟୁର ଏବଂ ବେଦରେ ମଧ୍ୟରେ ନକ୍ସଲ ଏକ ଯାତ୍ରୀବାହୀ ବସକୁ ଅଟକାଇ ନିଆଁ ଲଗାଇ ଦେଇଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Mkg-naxal-brunt-vihicle-2.jpg)