ମାଲକାନଗିରି/ପଡିଆ : ମାଲକାନଗିରି ସୀମାନ୍ତରେ ପୁଲିସ୍ ଓ ସୁରକ୍ଷା ଯବାନ୍ଙ୍କ ଜୋର୍ଦାର୍ ଅପରେସନ୍ରେ ନକ୍ସଲ କ୍ୟାମ୍ପ ଏବଂ ତାଲିମ ଶିବିର ଧ୍ୱଂସ ପାଇଛି। ଗତକାଲି ବିଳମ୍ବିତ ରାତିରେ ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ପେଦାପାଲ ଓ ବେଚାପାଲ ମଧ୍ୟରେ ରହିଥିବା ଜଂଗଲରେ ପୋଲିସ୍ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା ବେଳେ ପୋଲିସ ଗୁଳିର ସାମ୍ନା କରିନପାରି ନକ୍ସଲ ପଛଘୁଞ୍ଚା ଦେଇଥିଲେ। ଏହାପରେ ନକ୍ସଲଙ୍କ କ୍ୟାମ୍ପ ଓ ତାଲିମ ଶିବିରକୁ ପୋଲିସ, ଡିଆରଜି ଏବଂ ଏସଟିଏଫ ଯବାନ ଧ୍ୱଂସ କରି ଦେଇଥିଲେ।