ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଯବାନ ନକ୍ସଲ ଦମନ ନେଇ ଲଗାତାର ସଫଲତା ପାଇବା ସହ ତାଂକର ସମସ୍ତ ଠିକଣା ଉପରେ ଏବେ ଚଢ଼ାଉ ଜାରି ରଖିଛି। ହଜାର ହଜାର ଯବାନ ଜଂଗଲରେ ପଶି ନକ୍ସଲଙ୍କୁ ବେକଫୁଟ ଯିବାକୁ ବାଧ୍ୟ କରିଛନ୍ତି। ବସ୍ତର ରେଞ୍ଜର ଆବୁଝମାଡ ଜଂଗଲ ସବୁଠାରୁ ବଡ ଜଂଗଲ। ଏହା ସୁକମା, ଦନ୍ତେୱାଡା, ବିଜାପୁର, ନାରାୟଣପୁର ଜିଲ୍ଲାକୁ ଲାଗି ରହିଛି। ଏହି ଜଂଗଲରେ ହିଁ କୋଟି କୋଟି ଟଂକାର ଘୋଷିତ ନକ୍ସଲ ଲୁଚି ରହିଛନ୍ତି। ତେଣୁ ଯବାନ ଏବେ ଆବୁଝମାଡ ଜଂଗଲକୁ ତନ୍ନ ତନ୍ନ କରି ସର୍ଚ୍ଚ କରୁଛନ୍ତି।

Advertisment

ଗତ ୨୩ ତାରିଖରେ ଆବୁଝମାଡର ରେକାବାୟା ଅଂଚଳରେ ଯବାନ ଚଢ଼ାଉ କରିଥିଲେ। ଏଠାରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ୭୨ ଘଣ୍ଟା ଧରି ଗୁଳିବିନିମୟ ଘଟିଥିଲା ଏବଂ ୮ ଜଣ ନକ୍ସଲ ନିହତ ହୋଇଥିଲେ ବୁଲି ପୁଲିସ କହିଥିଲା। ଏଥିସହ ପୁଲିସ ଏକ ଭିଡିଓ ଜାରି କରି କହିଥିଲା ଯେ ଜଂଗଲରେ ନକ୍ସଲଙ୍କ ଟ୍ରେନିଂ କ୍ୟାମ୍ପକୁ ଠାବ କରାଯାଇଛି। ତେବେ ଗ୍ରାଉଣ୍ଡ ଜିରୋରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ। ସେତେବେଳେ ଜଣାପଡିଥିଲା ଯେ ଏହା କୌଣସି ନକ୍ସଲଙ୍କର ଟ୍ରେନିଂ କ୍ୟାମ୍ପ ନୁହଁ, ବରଂ ଆଶ୍ରମ ବିଦ୍ୟାଳୟ। ସ୍ଥାନୀୟ ଜଣେ ଶିକ୍ଷକ ପ୍ରବୀଣ ଏହାର ଖୁଲାସା କରିଥିଲେ। ଜଂଗଲ ମଝିରେ ଦୁଇ ତିନୋଟି କୁଡିଆ ଘର ରହିଛି। ଏହାକୁ ଯିଏ ବି ଦେଖିଲେ ନକ୍ସଲଙ୍କ ଟ୍ରେନିଂ କ୍ୟାମ୍ପ ଭାବିବ। କିନ୍ତୁ ଶିକ୍ଷକ ଜଣକ କହିଥିଲେ ଯେ ଏହା ୧୧ଟି ପଞ୍ଚାୟତର ପିଲାମାନେ ଆସି ଅଧ୍ୟୟନ କରୁଛନ୍ତି। ସ୍ଥାନୀୟ ୫ ଜଣ ଯୁବକ ଏମାନଙ୍କୁ ପାଠ ପଢାଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ଣ ଛୁଟି ହୋଇଥିବାରୁ ଏହା ବନ୍ଦ ରହିଛି। ସମସ୍ତ ଶିକ୍ଷକ ୮ମରୁ ୧୦ମ ପର୍ଯ୍ୟନ୍ତ ପଢିଛନ୍ତି। ସମସ୍ତଙ୍କୁ ଗ୍ରାମବାସୀ ୪ ହଜାର ଟଂକା ଲେଖାଏଁ ଦରମା ଦିଅନ୍ତି ବୋଲି ଶିକ୍ଷକ ପ୍ରବୀଣ ପ୍ରକାଶ କରିଥିଲେ।

publive-image

ତେବେ ନକ୍ସଲ ଏହି ବିଦ୍ୟାଳୟରେ କିଛି ସହଯୋଗ କରୁଛନ୍ତି କି ବୋଲି ପ୍ରଶ୍ନ ଉତ୍ତରରେ ଶିକ୍ଷକ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହା ସଂପୂର୍ଣ୍ଣ ଭାବେ ଗ୍ରାମବାସୀଙ୍କ ଦ୍ବାରା ପରିଚାଳିତ ହେଉଛି। ପାଖ ଗାଁରେ ସ୍କୁଲ ରହିଛି, ସେଠାକୁ ପିଲା କାହିଁକି ଯାଉ ନାହାନ୍ତି ବୋଲି ପ୍ରଶ୍ନ କରାଯିବାରୁ ସେଠାରେ ଶିକ୍ଷକ ନିୟମିତ ନଆସିବାରୁ ଏଠାରେ ସ୍କୁଲ ନିର୍ମାଣ କରାଗଲା ବୋଲି କହିଥିଲେ। ଏତେ ଜଂଗଲ ଭିତରେ ପିଲା କିପରି ରହୁଛନ୍ତି ବୋଲି ପଚରାଯିବାରୁ, ଶିକ୍ଷକ ଜଣକ କହିଲେ ଯେ ଆଖପାଖରେ ଗାଁ ରହିଛି, କୌଣସି ଭୟ ନାହିଁ। ଏଠାରେ ପିଲା ସମସ୍ତ ଜ୍ଞାନକୌଶଳ ଶିକ୍ଷା ଗ୍ରହଣ କରୁଛନ୍ତି। ଯବାନ ଏଠାକୁ ଆସି ଆମର ଖାତାପତ୍ର ଏବଂ ଘରକୁ ଭଙ୍ଗାରୁଜା କରୁଛନ୍ତି ବୋଲି କହିଥିଲେ।

ତେବେ ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିରେ କିଏ ଠିକ କଥା କହୁଛି ଜଣାପଡନଥିଲା। ନକ୍ସଲ ଓ ପୁଲିସ ମଧ୍ୟରେ ଚାଲିଥିବା ଛାୟାଯୁଦ୍ଧରେ କେବଳ ନିରୀହ ଜନସାଧାରଣ ବଳି ପଡୁଛନ୍ତି। ଏହି ଅଂଚଳର ପିଲାମାନେ ସ୍କୁଲ ନଯାଇ ଜଂଗଲରେ ଶିକ୍ଷା ଗ୍ରହଣ କରୁଥିବାରୁ ଏବଂ ଜଂଗଲ ମଧ୍ୟରେ ନକ୍ସଲଙ୍କ ଟ୍ରେନିଂ କ୍ୟାମ୍ପ ଭଳି ସମସ୍ତ ବ୍ୟବସ୍ଥା ଥିବାରୁ ପୁଲିସ ଏହାକୁ ନକ୍ସଲଙ୍କ କ୍ୟାମ୍ପ କହୁଛି।