ସୀମାନ୍ତରେ ନକ୍ସଲ ପାଳିଲେ ପିଏଲଜିଏ ସପ୍ତାହ, ଫଟୋ ଭାଇରାଲ

ମାଲକାନଗିରି: ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପିଏଲଜିଏ ସପ୍ତାହ ପାଳନ କରିଥିଲେ। ପିଏଲଜିଏ ପାଳନର ଭିଡିଓ ମାଓବାଦୀ ଭାଇରଲ କରିଛନ୍ତି। ପୁଲିସକୁ ଚ୍ୟାଲେଞ୍ଜ କରି ମାଓବାଦୀ ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ବିଜାପୁର ସୀମାନ୍ତ ଜଙ୍ଗଲରେ ମାଓବାଦୀ ମହାସମାରୋହରେ ପାଳନ କରିଛନ୍ତି। ଶହ ଶହ ଲୋକ ଜଙ୍ଗଲରେ ଏହି ଦିବସ ପାଳନ ବେଳେ ଉପସ୍ଥିତ ଥିଲେ।
ମାଓବାଦୀ କମ୍ୟୁନିଷ୍ଟ ପାର୍ଟିର ପତାକା ଧରି ଜଙ୍ଗଲରେ ରାଲି କରିଥିଲେ। ପରେ ଏକ ନିର୍ଜନ ସ୍ଥାନରେ ସମସ୍ତ ଗାଁ ଲୋକଙ୍କ ଏକତ୍ରକରି ପତାକାକୁ ଉତ୍ତୋଳନ କରାଯାଇଥିଲା। ଏଥିସହ ନକ୍ସଲ ସଂଗଠନର ଗଣନାଟ୍ୟ ବିଭାଗର ସଦସ୍ୟ ଓ ସଦସ୍ୟାମାନେ ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ସରକାର ବିରୋଧୀ ଏବଂ ପୁଲିସ ବିରୋଧରେ ସଚେତନ କରାଇଥିଲେ। ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଛତିଶଗଡ଼ରେ ପିଏଲଜିଏ ସପ୍ତାହକୁ ନଜରରେ ରଖି କଡା ସୁରକ୍ଷା ବ୍ୟବସ୍ଥା ସହ କୁମ୍ବିଂ ଜୋରଦାର କରାଯାଉଥିଲା।କିନ୍ତୁ ନକ୍ସଲ ପୁଲିସର ନାକତଳେ ଏଭଳି ବିରାଟ କାର୍ଯ୍ୟକ୍ରମ କରିବାରେ ସଫଳ ହୋଇଛନ୍ତି।
ସମ୍ବନ୍ଧିତ ଖବର