ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର କୋଠାଗୁଡୁମ-ଅଲ୍ଲୁରୀ ସୀତାରାମରାଜୁ ଡିଭିଜନର ସଚିବ ଆଜି ପ୍ରେସ ବିଜ୍ଞପ୍ତିରେ ଦମାରତେଗୁ ଏନକାଉଣ୍ଟର ଫେକ ବୋଲି କହିଛି। ତେଲେଙ୍ଗାନା ସରକାର ଏହି ହତ୍ୟା କରିଥିବା ନେଇ ସ୍ବୀକାର କରୁ ବୋଲି ସଂଗଠନ କହିଛି। ତେଲେଙ୍ଗାନା ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ନକ୍ସଲ ସଂଗଠନକୁ ନିପାତ କରିବାକୁ ଯୋଜନା କରିଛନ୍ତି। କିନ୍ତୁ ଏହା କେବେ ସମ୍ଭବ ନୁହେଁ।
Advertisment
ଲୋକତନ୍ତ୍ରର ରକ୍ଷା କରିବା ନେଇ ଶପଥ କରି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଜୟୀ ହେବା ପରେ କେନ୍ଦ୍ର ସରକାର ସହ ମିଶି ମାଓ ସଂଗଠନକୁ ମୂଳତ୍ପାଟନ କରିବା ଲକ୍ଷ୍ୟରେ କୁମ୍ବିଂ ଜୋରଦାର କରିବା ସହ ମିଥ୍ୟା ଏନକାଉଣ୍ଟର କରୁଛି। ଯାହାକୁ ସମସ୍ତେ ନିନ୍ଦା କରନ୍ତୁ ବୋଲି କୁହାଯାଇଛି। ଗୁରୁବାର ସକାଳ ୬ଟାରେ ଦମରାତେଗୁ ଜଂଗଲରେ ସଂଗଠନର ନେତା ଏନ.ଅଶୋକ ଅରଫ ବିଜେନ୍ଦ୍ର(୩୪)କୁ ପୁଲିସ ହତ୍ୟା କରିଥିଲା। ଏହି ଏନକାଉଣ୍ଟରକୁ ଆମେ ନିନ୍ଦା କରୁଛୁ ବୋଲି ସଂଗଠନ କହିଛି।ତେଲେଙ୍ଗାନାର ରେବନ୍ତ ରେଡ୍ଡୀ ସରକାର ଏଥିପାଇଁ ଉଚିତ ମୂଲ୍ୟ ଦେବାକୁ ପଡିବ ବୋଲି ସଂଗଠନ ପକ୍ଷରୁ ଧମକ ଦିଆଯାଇଛି।