ମାଓ ଦମ୍ପତିଙ୍କ ଆତ୍ମସମର୍ପଣ, ମୁଣ୍ଡ ପାଇଁ ଥିଲା କୋଟିଏ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୁଲିସ୍‌ ନିକଟରେ ହାର୍ଡକୋର ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଓ ସଂଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ସୁଧାକରଣ ଏବଂ ତାଙ୍କ ପତ୍ନୀ ନୀଳିମା। ଉଭୟଙ୍କ ନାଁରେ ୧ କୋଟି ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରାଯାଇଥିଲା। ସୁଧାକରଣ ନାମରେ ସରକାର ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବାବେଳେ ନୀଳିମା ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ପ୍ରକାଶଥାଉକି, ଛତିଶଗଡ ଏବଂ ଝାଡ଼ଖଣ୍ଡ ଅଂଚଳରେ ସୁଧାକରଣର ଦବ୍‌ଦବା ରହିଥିଲା। ଏହି ଅଞ୍ଚଳରୁ କୋଟି କୋଟି ଟଙ୍କା ବଟି ଆଦାୟ କରୁଥିଲ। ଏହି ଟଙ୍କାକୁ ସେ ନିଜ ବନ୍ଧୁ ସତ୍ୟନାରାୟଣଙ୍କ ଦ୍ବାରା ବ୍ୟବସାୟରେ ଲଗାଉଥିଲା। ଏହି ଅଂଚଳରେ ନକ୍ସଲ ନେତା ଅରବନ୍ଦଙ୍କର ମୃତ୍ୟୁ ହେବା ପରେ ସୁଧାକରଣ ସେହି ସ୍ଥାନ ନେଇଥିଲା। ତେଣୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏଏନ୍‌ଆଇ) ସୁଧାକରଣ ଏବଂ ପତ୍ନୀ ନୀଳିମାକୁ ମୋଷ୍ଟ୍‌ଵାଣ୍ଟେଡ୍‌ ତାଲିକାରେ ରଖିଥିଲା। ଗତ ଦୁଇ ଦିନ ତଳେ ଦୁହେଁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତିି ନେଇ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର