ୱାରଙ୍ଗାଲ ପୁଲିସ ନିକଟରେ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ 

ମାଲକାନଗିରି: ଏରିଆ କମିଟି ସଦସ୍ୟ ଟିକ୍କା ସୁସ୍ମିତା ଓରଫ ଚିଟି ଓ ମାଡାକମ୍ ଦୁଲା ଓରଫ ଦୁଲା ତେଲେଙ୍ଗାନାର କରିମନଗର ପୁଲିସ କମିସନର ଏବଂ ୱାରଙ୍ଗାଲର ବର୍ତ୍ତମାନର ଦାୟିତ୍ୱରେ ଥିବା ଏସପି ଅଭିଷେକ ମହାନ୍ତି ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଦୁଇଜଣ ମାଓବାଦୀ କହିଛନ୍ତି ଯେ ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ ପୁଲୁରୀ ପ୍ରସାଦ ରାଓ ଓରଫ ଚନ୍ଦ୍ରନାନାଙ୍କ ପାଖରେ ସସ୍ମିତା ଓ ଦୁଲା ସୁରକ୍ଷା ଦଳର ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲା। ସଂଗଠନରେ ନିର୍ଯାତନା, ଭେଦଭାବ, ନିରୀହଙ୍କୁ ହତ୍ୟା ଓ କୌଣସି ଲକ୍ଷ୍ୟ ନେଇ କାମ ହେଉନଥିବାରୁ ଦଳ ଛାଡିଲେ।
ହାନମାକୋଣ୍ଡା ଜିଲ୍ଲାର ହାସ୍ନାପାର୍ଟି ମଣ୍ଡଳ ଅନ୍ତର୍ଗତ ଦାମପାଲୀ ଗାଁର ବାସିନ୍ଦା ଟିକ୍କା ସୁସ୍ମିତା(୨୭)। ସେ ୭ମ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ତାଙ୍କ ପିତା ଟିକ୍କା ସୁଧାକର ଜଣେ ମାଓବାଦୀ ସଂଗଠନରେ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ।ବା ପାଙ୍କ ପଥରେ ଆକର୍ଷିତ ହୋଇ ସସ୍ମିତା ୨୦୧୬ ମସିହାରେ ଅଧ୍ୟୟନ ପରେ ଛତିଶଗଡ଼ର ବିଜାପୁର ଜିଲ୍ଲାର କୋମାଟିପାଲ୍ଲୀ ଗାଁର ବାଡେ ଚୋକାରାଓ ରରଫ ଦାମୋଦରଙ୍କ ଉପସ୍ଥିତିରେ ମାଓବାଦୀ ପାର୍ଟିରେ ଯୋଗ ଦେଇଥିଲେ।
ଛତିଶଗଡ଼ର ସୁକୁମା ଜିଲ୍ଲାର ପ୍ୟାରିୟା ଗାଁର ମାଡାକମ୍ ଦୁଲା ଓରଫ ଦୁଲା। ସେ ପଞ୍ଚମ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ।  ଯଦିଓ ତାଙ୍କ ବଡ଼ ଭାଇ ୨୦୦୮ ମସିହାରେ ସିପିଆଇ-ମାଓବାଦୀ ଦଳରେ ଯୋଗ ଦେଇଥିଲେ।ତାଙ୍କ ଦ୍ୱାରା ଆକର୍ଷିତ ହୋଇଥିବା ଦୁଲା ୨୦୧୫ ମସିହାରେ ଏରିଆ କମିଟି ସଦସ୍ୟ ଜୋଗୀଙ୍କ ପ୍ରୋତ୍ସାହନରେ ସିପିଆଇ-ମାଓବାଦୀ ପାର୍ଟିରେ ଯୋଗ ଦେଇଥିଲେ।
 ମାଓବାଦୀ ପାର୍ଟିରେ କାମ କରୁଥିବାବେଳେ ଦୁହେଁ ୩୦ ମାର୍ଚ୍ଚ  ୨୦୨୦ରେ ବିବାହ କରିଥିଲେ।ପରେ ସେମାନେ ଅନେକ ସ୍ଥାନରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ।ମାଓବାଦୀ ଚିନ୍ତାଧାରା ଉପରେ ବିଶ୍ୱାସ ହରାଇବା ଏବଂ ତେଲେଙ୍ଗାନା ସରକାର ଘୋଷଣା କରିଥିବା ପୁନର୍ବାସ ଯୋଜନା ପ୍ରତି ଆକର୍ଷିତ ହୋଇଥିବା ଏହି ଯୋଡ଼ି ଆଜି ୱାରଙ୍ଗାଲ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ।ପ୍ରଶାସନ ତରଫରୁ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ପୁଲିସ କହିଛି।
ସମ୍ବନ୍ଧିତ ଖବର