ବିକାଶରେ ବାଧକ, ନିରୀହ ଲୋକଙ୍କୁ ହତ୍ୟା କରୁଛି ନକ୍ସଲ: ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର। ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ଲାଗିଛି ଏହି ପୋଷ୍ଟର। ସ୍ବାଭିମାନ ଅଞ୍ଚଳର ରାଲଗେଡା, ଯନ୍ତ୍ରୀ, ସାର୍କୁବନ୍ଧ, ମାଡକାପଦର, ବଡଡୁରାଲ ଅଞ୍ଚଳରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀମାନେ କିଭଳି ସାଧାରଣ ଲୋକଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରୁଥିବା ଏବଂ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରିବା ସହ ଠିକାଦାରମାନଙ୍କୁ ମାରିଦେବାକୁ ଧମକ ଦେଇ ଚାନ୍ଦା ଆଦାୟ କରୁଥିବାକୁ ବିରୋଧ କରିଛି ଏହି ସଂସ୍ଥା। ନିରୀହ ଆଦିବାସୀମାନେ ମାଓବାଦୀଙ୍କର ଆକ୍ରୋଶର ଶିକାର ହେଉଛନ୍ତି, ଯାହାକୁ କଡା ବିରୋଧ କରାଯାଇଛି।

ମାଓବାଦୀମାନେ ଅଶୋକ ଅରଫ ପ୍ରଭାକର, ଶ୍ରୀକାନ୍ତ ଭଳି ଇତ୍ୟାଦି ମିଶିକରି ଆମର ନୀରିହ ଆଦିବାସୀ ଭାଇ କୋରା ଲକ୍ଷ୍ମଣ ରାଓଙ୍କୁ ଗତ ଏପ୍ରିଲ ୬ ତାରିଖ ଦିନ ଅତି ନୃଶଂସ ଭାବେ ହତ୍ୟା କରି ପୁଲିସ ଇନଫର୍ମର ଦର୍ଶାଇଥିଲେ। ଏହାପୂର୍ବରୁ ୨୦୧୯ ମସିହାରେ କୋରା ଲକ୍ଷ୍ମଣ ରାଓଙ୍କ ସାନ ଭାଇ କୋରା ସତ୍ତୀବା ରାଓଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସର୍ବସାଧାରଣ ସ୍ଥାନ, ରାସ୍ତାଘାଟରେ ମାଓବାଦୀ ବୋମା ଖଞ୍ଜି କେବଳ ଆଦିବାସୀମାନଙ୍କୁ ହିଁ ମାରୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

୨୦୨୦ ମସିହା ଅଗଷ୍ଟ ମାସରେ ଜଂଗଲକୁ ଗାଇ ଚରାଇବାକୁ ଯାଇଥିବା ଅଜୟ କୁମାର ଏବଂ ବିଜୟ ରାଓ ମାଓବାଦୀ ଖଞ୍ଜିଥିବା ବୋମାର ଶିକାର ହୋଇଥିଲେ। ବୋମା ବିସ୍ଫୋରଣରେ ଏହି ଦୁଇ ଗ୍ରାମବାସୀ ମୃତ୍ୟୁବରଣ କରିଥିଲେ। ବେସାହାରା ପରିବାରକୁ ମାଓ ସଂଗଠନର କେନ୍ଦ୍ରୀୟ କମିଟି ଆଜି ପର୍ଯ୍ୟନ୍ତ କୌଣସି ସହଯୋଗ ପ୍ରଦାନ କରିନାହାନ୍ତି। ଏଥିସହ ଦୋଷୀ ମାଓବାଦୀଙ୍କୁ ଦଣ୍ଡ ମଧ୍ୟ ଦେଇନାହାନ୍ତି। ଏପରିକି ଗତ ୨୦୧୭ରେ ୨୨ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ହତ୍ୟା କରିଥିବା ବେଳେ ୨୦୧୮ରେ ୨ ଜଣ , ୨୦୧୯ରେ ୭ ଜଣ, ୨୦୨୦ରେ ୯ ଜଣ, ୨୦୨୧ରେ ୨ ଜଣ ଏବଂ ୨୦୨୨ରେ ଜଣକୁ ହତ୍ୟା କରିଛନ୍ତି।

ସ୍ବାଭିମାନ ଅଂଚଳରେ ତିଆରି ହେଉଥିବା ସ୍କୁଲ, କଲେଜ, ହୋଷ୍ଟେଲ, ରାସ୍ତାଘାଟ ଇତ୍ୟାଦିକୁ ମାଓବାଦୀମାନେ ପ୍ରବଳ ବିରୋଧ କରି ଆସୁଛନ୍ତି। ରାସ୍ତା କାମ କରୁଥିବା ଠିକାଦାରମାନଙ୍କୁ ମାରିଦେବାର ଭୟ ଦେଖାଇ ସେମାନଙ୍କ ଠାରୁ ମୋଟା ଆକାରର ଚାନ୍ଦା ସଂଗ୍ରହ କରୁଛନ୍ତି।ଅନେକ ନୀରିହ ଆଦିବାସୀମାନେ ମାଓହାଜୀଘ୍ତ ଦୁଶିକେ ମସେଣି।ଶହ ଶହ ନୀରିହ ଆଦିବାସୀମାନେ ମାଓବାଦୀଙ୍କ ଭୟ ଯୋଗୁଁ ଘରଦ୍ବାରା, ଜମିବାଡି, ଗାଈଗୋରୁ ଇତ୍ୟାଦି ଛାଡି ବାସହରା ହୋଇ ଏବେ ବିଭିନ୍ନ ସ୍ଥାନରେ ଯାଯାବର ଭାବେ ଘୁରି ବୁଲୁଛନ୍ତି, ଯେଉଁମାନେ ମାଓବାଦୀ ସଂଗଠନରେ ରହି ମିଲିସିଆ ଭାବେ କାମ କରୁଛନ୍ତି ସେମାନଙ୍କୁ ଆମେ ସତର୍କ କରାଇ ଦେଉଛୁ, ତାଂକର କାମ କରନ୍ତୁ ନାହିଁ, ନଚେତ ମାଓ କମାଣଅଡର ଅଶୋକ, ଶ୍ରୀକାନ୍ତ ଭଳି ଆତଙ୍କି ମାଓବାଦୀ ତୁମକୁ ମାରିଦେବେ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ଆଗାମୀ ଦିନରେ ଆଦିବାସୀମାନେ ଏକତ୍ରୀତ ହୋଇ ବିରୋଧ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି। ସେମାନଙ୍କୁ ସହଯୋଗ ନକରିବା ସହ ଭାତ,ଜାଉ ନଦେବା ବୋଲି କୁହାଯାଇଛି। ତେବେ ଏହି ପୋଷ୍ଟର ମାରିବା ପରେ ଲୋକଙ୍କ ମନରେ ଏବେ ଉତ୍ସାହ ଜାଗ୍ରତ ହୋଇଛି। ଚଳିତ ବର୍ଷ ପୁଲିସ ଏବଂ ବିଏସଏଫ ତଥା ପ୍ରଶାସନର ସହଯୋଗିତା ଯୋଗୁଁ ଏହି ଅଂଚଳରେ ସୁରୁଖୁରୁରେ ନିର୍ବାଚନ ସରିଲା। ଆମ ଅଂଚଳରେ ଦୀର୍ଘ ଦଶ ବର୍ଷ ପରେ ଲୋକ ପ୍ରତିନିଧି ଆସିଲେ। ଏହି ଅଂଚଳର ଏବେ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିବ। ତେଣୁ ଆମେ ସମସ୍ତେ ଏକ ହୋଇ ଲଢିବା ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର