ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ନକ୍ସଲ ମୃତ

ମାଲକାନଗିରି : ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜୁଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇ ଜଣେ ନକ୍ସଲ ମୃତ। ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ଚିକପାଲ ଅଂଚଳର ପଦାମିପାରା-ମୁନଗା ରାସ୍ତାରେ ଏହି ଘଟଣା ଘଟିଛି। ମୃତ ନକ୍ସଲକୁ ଚିହ୍ନଟ କରାଯାଇଛି। ସେ ଦରଭା ଡିଭିଜନର ସଦସ୍ୟ ଲିଙ୍ଗା ବୋଲି ଜଣାପଡିଛି। ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ଶବକୁ ଗ୍ରାମବାସୀ ନିଆଁ ଲଗାଇ ପୋଡି ଦେଇଥିଲେ। ମୃତ ଲିଙ୍ଗା ବୋମା ବିଶେଷଜ୍ଞ ଥିଲା।

ସମ୍ବନ୍ଧିତ ଖବର