କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କୋହ୍ଲକାଣ୍ଡୁଳି ଜଙ୍ଗଲରୁ ଆଜି ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ସିଆର୍‌ପିଏଫ୍‌ ଓ ଡିଭିଏଫ୍‌ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍‌ ବେଳେ ଏହିସବୁ ବିସ୍ଫୋରକ ଜବତ ହୋଇଛି। ଜଙ୍ଗଲରୁ ଏତେ ପରିମାଣର ବିସ୍ଫୋରକ ମିଳିବା ପରେ ଆଖପାଖ ଇଲାକାରେ ମାଓବାଦୀଙ୍କ ଅଡ୍ଡାସ୍ଥଳୀ ଥିବା ସନ୍ଦେହରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।

Advertisment

publive-imageଜବତ ବିସ୍ଫୋରକ ମଧ୍ୟରେ ଦୁଇଟି ବ୍ୟାଟେରି, ୩୦ଟି ଜିଲୋଟିନ୍‌, ୩୦ଟି ଟିଫିନ୍‌ ବୋମା, ୩୫ଟି ଡିଟୋନେଟର୍‌, ୧୦୦ ଗ୍ରାମ ପିନ୍‌, ୧୦୦ ଗ୍ରାମ ଆଇରନ୍‌ ପାଉଡର୍‌ ଏବଂ ୧୦୦ ଗ୍ରାମ ଗନ୍‌ ପାଉଡର୍‌ ରହିଛି। ପ୍ରକାଶଥାଉକି, ଗତ ୨୦ ତାରିଖରୁ ସିଆର୍‌ପିଏଫ୍‌ ଓ ଡିଭିଏଫ୍‌ ଯବାନ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜାରି ରଖିଛନ୍ତି।