୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ଏନ୍‌କାଉଣ୍ଟରରେ ନିହତ

ମାଲକାନଗିରି: ଛତିଶଗଡ଼ର ଦନ୍ତେୱାଡା-ସୁକମା ଜିଲ୍ଲା ସୀମାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ପୁଲିସର ଏନ୍‌କାଉଣ୍ଟରରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା ହୋଇଥିବା ଜଣେ ହାର୍ଡକୋର ନକ୍ସଲ ରାକେଶ ମଡକମ ନିହତ ହୋଇଛି। ରାକେଶ ଥିଲା କଟେକଲ୍ୟାଣ ଏରିଆ କମିଟିର ସଦସ୍ୟ। ତେବେ ଯବାନମାନେ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏସ୍‌ପି ସିଦ୍ଧାର୍ଥ ତିୱାରୀ ନକ୍ସଲକୁ ନିହତ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ନିହତ ନକ୍ସଲର ମୃତଦେହ ମଧ୍ୟ ଜବତ କରାଯାଇଛି।

ସୂଚନା ଅନୁସାରେ ସୁକମା ଓ ଦନ୍ତେୱାଡା ଜିଲ୍ଲାର ସୀମା ଅଞ୍ଚଳର ନହନୀ ଗୁଡ଼ରା ଜଙ୍ଗଳରେ ସଶସ୍ତ୍ର ନକ୍ସଲମାନେ ଉପସ୍ଥିତ ଥିବା ନେଇ ଯବାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏହି ଦୁଇ ଜିଲ୍ଲାରୁ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଯବାନମାନେ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ, ମାଓବାଦୀମାନେ ପ୍ରଥମେ ବନ୍ଧୁକ ଉଠାଇ ଗୁଳି କରିଥିଲେ। ଉଭୟ ତରଫରୁ ଗୁଳି ହୋଇଥିଲା। କିନ୍ତୁ ଯବାନଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିଲା। ନିହତ ଯବାନର ନାଁ ରାକେଶ ମଡ଼କମ। ତା’ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ହୋଇଥିଲା। ତେବେ ଯବାନମାନେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ବସ୍ତରରେ ନକ୍ସଲମାନେ ଗତ ୨୮ ତାରିଖରୁ ସହିଦ ସପ୍ତାହ ଆରମ୍ଭ କରିଦେଇଛନ୍ତି। ସେମାନେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହା ପାଳିବେ ମାଓବାଦୀଙ୍କ ସହିଦ ସପ୍ତାହର ୨ୟ ଦିନରେ ପୁଲିସକୁ ବଡ଼ ସଫଳତା ମିଳିଛି। ଯବାନମାନେ ନକ୍ସଲଙ୍କ କୋର ଅଞ୍ଚଳରେ ପ୍ରବେଶ କରିଛନ୍ତି ବସ୍ତରର ସବୁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଦନ୍ତେୱାଡା, ସୁକମା ସମେତ ବିଜାପୁର ଓ ନାରାୟଣପୁର ଜିଲ୍ଲାରେ ନକ୍ସଲ ଦମନ ମୁକାବିଲା କରିବା ପାଇଁ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।

ସମ୍ବନ୍ଧିତ ଖବର