ମାଓବାଦୀଙ୍କ କବଜାରେ ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନ

ମାଲକାନଗିରି: ଛତିଶଗଡ଼ର ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ। ତେବେ ଏନକାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ । ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ମାଓବାଦୀମାନେ ସୂଚନା ଦେଇଛନ୍ତି। ତେବେ କବଜାରେ ଥିବା ଯବାନଙ୍କ ନାଁ ରାକେଶ୍ୱର ସିଂ ମନହସ । ୨୧୦ କୋବ୍ରା ବାଟାଲିୟନର ଯବାନ ଅଟନ୍ତି ରାକେଶ୍ୱର ।
ଯବାନ ମାଓବାଦୀଙ୍କ ପାଖେ ସୁରକ୍ଷିତ ଥିବା କହିଛି ମାଓ ସଙ୍ଗଠନ। ତେବେ ଛତିଶଗଡ଼ରେ ମାଓ ଆକ୍ରମଣ, ସାରା ଦେଶକୁ ଦୋହଲାଇ ଦେଇଛି । ବିଜାପୁର ଜିଲ୍ଲାରେ ଏକ ପ୍ରକାର ନରସଂହାର କରିଛନ୍ତି ମାଓବାଦୀ । ବେଶ କିଛି ମାସ ଧରି ନିଷ୍କ୍ରିୟ ଥିବା ଏହି ଉଗ୍ରବାଦୀ ସଂଗଠନ ନିଜ ସ୍ଥିତିକୁ ଜାହିର କରିବା ପାଇଁ ରକ୍ତର ହୋଲି ଖେଳିଛି । ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ ଯବାନଙ୍କୁ ଘେରିଯାଇଥିଲେ ପ୍ରାୟ ୪ ଶହ ମାଓବାଦୀ । ଯବାନଙ୍କ ସଂଖ୍ୟା ବେଶ ଅଧିକ ଥିଲେ ମଧ୍ୟ ଏହି ଗରିଲା ଯୁଦ୍ଧରେ ଯବାନଙ୍କୁ ବେଶ କ୍ଷତି ପଞ୍ଚିଥିଲା । ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଆଉ ସେହି ନିଖୋଜ ଯବାନ ମାଓ କବଜାରେ ଥିବା ସୂଚନା ମିଳିଛି । ଅନ୍ୟପଟେ ଆଜି ଛତିଶଗଡ଼ରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

 

ସମ୍ବନ୍ଧିତ ଖବର