ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ଏକ ବଡ ସଫଳତା ମିଳିଛି। ଏସ୍.ପି. ନିତିଶ୍ ୱାଧ୍ୱାନୀଙ୍କ ନେତୃତ୍ୱରେ ମାଓ ଦମନ ନିମନ୍ତେ ନିୟୋଜିତ ଡିଭିଏଫ୍ ଓ ଏସଓଜି ବାହିନୀ କମ୍ୱିଂ ଅପରେସନ କରିଥିଲେ। ମାଥିଲି ବ୍ଲକ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତବର୍ତ୍ତୀ ତୁଳସୀ ଓ କେରିମିଟି ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ସହ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି। ସେଠାରୁ ୧୩ଟି ଆଇଇଡି ବୋମା, ଜିଲୋଟିନ ଷ୍ଟିକ୍, ଦେଶୀ ବନ୍ଧୁକ, ଜବତ କରିଥିବା ଏସ୍.ପି. ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ମାଓ ସଂଗଠନ ତୁଳସୀ ଜଙ୍ଗଲରେ ଥିବାର ଖବର ପାଇ ମାଲକାନଗିରି ପୁଲିସ ପକ୍ଷରୁ ମଙ୍ଗଳବାର ଅପରାହ୍ନ ସାଢେ଼ ୪ଟା ବେଳେ କମ୍ୱିଂ ଅପରେସନକୁ ଯାଇଥିଲେ। ଯବାନଙ୍କୁ କ୍ଷତି ପହଞ୍ଚାଇବାକୁ ମାଓବାଦୀମାନେ ଆଇଇଡି ବୋମା ଖଞ୍ଜିଥିଲେ। ଏଥିସହ ସେଠାରେ ମାଓବାଦୀମାନେ ଡମ୍ପ କରି ବହୁ ମାଓ ସାମଗ୍ରୀ ଲୁଚେଇ ରଖିଥିଲେ। ପୁଲିସ ଯବାନମାନେ ସେଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୫୦ଟି ଜିଲେଟିନ ଷ୍ଟିକ୍, ୧୩ ମିଟର ତାର, ୧୦ କିଲୋ ଗୋଟିଏ ଆଇଇଡି, ୭ କିଲୋ ୩ଟି ଆଇଇଡି, ୬ କିଲୋ ଗୋଟିଏ ଆଇଇଡି, ୫ କିଲୋ ୨ଟି ଆଇଇଡି, ୪ କିଲୋ ୪ଟି ଆଇଇଡି, ୨ କିଲୋ ୨ଟି ଆଇଇଡି ବୋମା ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ କେରିମିଟି ଓ ତୁଳସୀ ଅଞ୍ଚଳରେ କୁମ୍ୱିଂ ଅପରେସନ ଚାଲୁ ରହିଥିବା ଜଣାପଡିଛି।