ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ନକ୍ସଲଙ୍କ ବର୍ବରତା ଦେଖିବାକୁ ମିଳିଛି। ପୁଅ ପାଇଁ ବାପାକୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଛନ୍ତି। ଘଟଣା ଅନୁଯାୟୀ ଦନ୍ତେୱାଡା ଜିଲ୍ଲାର ମାଡଗାଦମ ଗ୍ରାମରେ ବାସ କରୁଥିବା ହାର୍ଡକୋର ଜଗା କାବାସୀ ଗତ କିଛି ଦିନ ତଳେ ଛତିଶଗଡ ପୁଲିସ ତରଫରୁ ଆରମ୍ଭ ହୋଇଥିବା ‘ଲୋନ ବର୍ଟାଟୁ ଅଭିଯାନ’ରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିଲା। ଏଥିରେ ନକ୍ସଲ ରାଗିଯାଇଥିଲେ।
ତେବେ ନକ୍ସଲମାନେ ଗତକାଲି ଗ୍ରାମକୁ ଆସି ଜଗାକୁ ଖୋଜିଥିଲେ। ଜଗା ନମିଳିବାରୁ ତାର ବାପା ଲଖମା କାବାସୀ( ୬୫)କୁ କଟେକଲ୍ୟାଣ ଏରିଆ କମିଟିର ନକ୍ସଲମାନେ ହତ୍ୟା କରିଥିଲେ। ହତ୍ୟା ପରେ ତାଙ୍କୁ ପୋଡି ଦେଇଥିଲେ। ଗ୍ରାମବାସାୀ ଅର୍ଧ ଦଗ୍ଧ ବୃଦ୍ଧଙ୍କ ଶରୀରକୁ ପୁଣି ପୋତି ଦେଇଥିଲେ।
ଏହି ଖବର ପୁଲିସ ପାଇବା ପରେ ଗ୍ରାମରେ ପହଞ୍ଚି ପୁଣି ଅର୍ଦ୍ଧ ଦଗ୍ଧ ଲଖମା କାବାସୀଙ୍କ ଶରୀରକୁ କାଢି ବ୍ୟବଛେଦ କରାଇଥିଲେ। ଘଟଣାସ୍ଥଳରେ ନକ୍ସଲ ପୋଷ୍ଟର ମଧ୍ୟ ଛାଡିକି ଯାଇଥିଲେ। ପୋଷ୍ଟରରେ ଜଗା ଭଳି ଆତ୍ମସମର୍ପଣ କରିଥିବା ଅନ୍ୟ ନକ୍ସଲଙ୍କର ପରିବାରକୁ ମଧ୍ୟ ଏଭଳି ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ କରିଥିଲେ। ନକ୍ସଲଙ୍କର ଏଭଳି ହିଂସାକୁ ଗ୍ରାମବାସୀ ବରଦାସ୍ତ କରିନଥିଲେ। ପୁଅ ପାଇଁ ବାପାଙ୍କୁ କାହିଁକି ହତ୍ୟା କରାଗଲା ବୋଲି ନକ୍ସଲଙ୍କୁ ମଧ୍ୟ ବିରୋଧ କରିଥିଲେ। କିନ୍ତୁ ନକ୍ସଲଙ୍କ ବନ୍ଧୁକ ମୁନ ଆଗରେ କାହାର କିଛି ଶଦ୍ଦ ଶୁଭିନଥିଲା। ତେଣୁ ଲୋକେ ଚୁପ ରହିବା ହିଁ ସାର ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/maosti-killed-26_Thumb.jpg)