ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ପୁଲିସକୁ ମିଳିଛି ବଡ ସଫଳତା। ଜନୈକ ପୁଲିସକୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ନକ୍ସଲ ଗିରଫ ହୋଇଛି। ବିଜାପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ନକ୍ସଲ ଦମନ ଅଭିଯାନରେ ଜିଲ୍ଲା ପୁଲିସ ଏବଂ ୨୨୨ ସିଆରପିଏଫ ବାଟାଲିୟନର ଯବାନ ଜଂଗଲା ଥାନା ଅନ୍ତର୍ଗତ କୋତାରପାଲା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀ ପୁଲିସକୁ ଦେଖି ଦୌଡ ପଳାଇବାକୁ ଚେଷ୍ଟା କରୁଥିଲା। ତୁରନ୍ତ ଯବାନ ଚାରିପଟେ ଘେରି ତାକୁ କାବୁ କରିଥିଲେ। ପରେ ପଚରାଉଚରା କରିବାରୁ ସେ ଗଙ୍ଗୋ କୁହରାମୀ(୨୩) ବୋଲି ନିଜକୁ ପରିଚୟ ଦେବା ସହ ସେ ୨୦୨୧ ଜାନୁଆରି ୨୮ ତାରିଖ ଦିନ କୋତରପାଲା ଗ୍ରାମ ନିକଟରେ ଥିବା ଏକ ବନ୍ଧ ପାଖରେ ପୁଲିସ କନେଷ୍ଟବଲ ସମଡୁ ଅରଫ ମଲ୍ଲେସ ପୋୟାମକୁ ହତ୍ୟା କରିଥିଲା। ପୁଲିସ ନିକଟରେ ନକ୍ସଲର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥିବା ଜଣାପଡିଛି। ପୁଲିସ ସୋମଡୁକୁ ଧରି ପଚରାଉଚରା ରକିବା ପରେ ଆଜି କୋର୍ଟ ଚାଲାଣ କରିଥିବା କହିଛି।
ପୁଲିସକୁ ହତ୍ୟା କରିଥିବା ନକ୍ସଲ ଗିରଫ
/sambad/media/post_attachments/wp-content/uploads/2022/06/Mkg-naxal-arrested-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)