ମାଥି‌ଲିରେ ଲାଲ ଆତଙ୍କ : ସୂଚନାଦାତା ସନ୍ଦେହରେ ମୁଣ୍ଡକାଟ

ମାଥିଲି : ଦୀର୍ଘଦିନର ନିରବତା ପରେ ମାଓବାଦୀ ଗତକାଲି ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଲାଲ ଆତଙ୍କ ସୃଷ୍ଟି କରିଛନ୍ତି। ମାଓବାଦୀଙ୍କ ଏଭଳି ବୀଭତ୍ସ କାଣ୍ଡକୁ ଦେଖି ସମଗ୍ର ମାଥିଲି ଅଂଚଳର ଆତଙ୍କ ଖେଳିଯାଇଛି। ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଅନନ୍ତରାମ ଭୂମିଆ ନାମକ ଜଣେ ଯୁବକଙ୍କୁ ଟାଙ୍ଗିଆରେ ମୁଣ୍ଡକୁ ହାଣିବା ସହ ଏକ ଧାରୁୁଆ ଅସ୍ତ୍ରରେ ଛାତିକୁ ଭୁଷିଦେବା ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ସାଲିମି ପଂଚାୟତ ଅନ୍ତର୍ଗତ ବାରୁବେଡ଼ା ଗ୍ରାମରେ ଏହି ଘଟଣାଟି ଘଟିଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ ଅନନ୍ତ ମଙ୍ଗଳବାର ରାତିରେ ଘରେ ଥିଲେ। ରାତିରେ ବାରା ଗ୍ରାମର ଜଣେ ଯୁବକଙ୍କ ସମେତ ଅନ୍ୟ ଜଣେ ଅଚିହ୍ନା ଯୁବକ ଅନନ୍ତଙ୍କୁ ନିକଟସ୍ଥ ଧାକଡରାଶି ଗାଁରେ ହେଉଥିବା ନାଟ ଦେଖିବାକୁ ଡାକିଥିଲେ। ସାଙ୍ଗ କଥାକୁ ଏଡାଇ ନପାରି ଘରେ ପତ୍ନୀଙ୍କୁ କହି ଅନନ୍ତ ନାଟ ଦେଖିବାକୁ ବାହାରିଥିଲେ। ଅନନ୍ତଙ୍କ ବାପା

ସମ୍ବନ୍ଧିତ ଖବର