ମାଲକାନଗିରି: ମାଲକାନଗିରି ଜିଲ୍ଲାର ନାରାୟଣପୁର ଜିଲ୍ଲାରେ ପୁଣି ନକ୍ସଲ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲକୁ ଅତି ନିର୍ମମ ଭାବେ ହତ୍ୟା କରି ଅଂଚଳରେ କୋକୂଆ ଭୟ ସୃଷ୍ଟି କରିଛନ୍ତି। ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଛୋଟେଡଙ୍ଗର ବ୍ଲକର ଚମେଲି ପ଼ଞ୍ଚାୟତର ତୁର୍ସମେଟ୍ଟା ଗ୍ରାମର ଗୋସୁ କୋର୍ରାମ ଅରଫ ଅଜିତ ୨୦୧୨ ମସିହାରେ ମାଓ ସଂଗଠନରେ ଜଡିତହୋଇ କାମ କରୁଥିଲା। ୨୦୨୧ରୁ ସେ ଘରକୁ ଫେରିଯିବାକୁ ମନ ବଳାଇଥିଲା।

Advertisment

ତେବେ ୨୦୨୩ରେ ପାର୍ଟି ତାଂକୁ ଘରେ ରହି ବାକି ଜୀବନ କାଟିବାକୁ କହିଥିଲେ। ସେ ଏଭଳି ନକରି ଅର୍ଥ ଲୋଭରେ ନାରାୟଣପୁର ଏସପି ପୁରସ୍କାର ଶର୍ମା ଏବଂ ପୁଲିସ ଆଇଆଇସି ବିଜୟ କୁମାରଙ୍କ ନିକଟରେ ଆତ୍ମସମର୍ପଣ କଲା। ପରେ ପୁଲିସ ତରଫରୁ ଅଜିତକୁ ଡିଆରଡି ଯବାନଙ୍କ ସହ ମିଶି ନକ୍ସଲ ଅପରେସନରେ ସାମିଲ ହେଲା।ନକ୍ସଲଙ୍କ ସମସ୍ତ ଗତିବିଧି ସଂପର୍କରେ ସେ ଲଗାତାର ସୂଚନା ଦେଉଥିଲା। ପୁଲିସର ଇନଫର୍ମର ବନିଯାଇଥିଲା।

ନକ୍ସଲ ଏ ସଂପର୍କରେ ଜାଣିବା ପରେ ତାକୁ ଏଥିରୁ ନିବୃତ ରହିବାକୁ ତାଗିଦ କରିଥିଲେ। ଗତ ମାର୍ଚ୍ଚ ୧୭ ତାରିଖ ଦିନ ନିଜ ଗ୍ରାମକ ପୁଲିସ ପଠାଇ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେବାକୁ କହିଥିଲେ। ଏ ସଂପର୍କରେ ମାଓ ସଂଗଠନ ଅବଗତ ହେବା ପରେ ତାକୁ କାବୁ କରାଯାଇଥିଲା। ପରେ ଜଂଗଲରେ ପ୍ରଜାକୋର୍ଟରେ ଅଜିତ ନିଜର ଭୁଲ ସ୍ବୀକାର କରିଥିଲେ। ସମସ୍ତ ଜନସାଧାରଣଙ୍କ ସାମ୍ନାରେ ତାକୁ ନିର୍ଦ୍ଧୁମ ମାଡ ମାରିବା ପରେ ହତ୍ୟା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ପିଏଲଜିଏ ସଦସ୍ୟମାନେ ଅଜିତକୁ ହତ୍ୟା କରି ଗାଁ ରାସ୍ତାରେ ଫିଙ୍ଗି ଦେଇଥିଲେ। ଏହି ହତ୍ୟା ପାଇଁ ନାରାୟଣପୁର ଏସପି ଓ ପୁଲିସ ଆଇଆଇସି ଦାୟୀ ବୋଲି ଛାଡିଯାଇଥିବା ପୋଷ୍ଟରରେ ଉଲ୍ଲେଖ କରିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଶବକୁ ଜବତ କରିବା ପରେ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।