ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଅପହରଣ ପରେ ଜଣେ ଯବାନକୁ ନକ୍ସଲ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ସୋନୁ ପୁନମ ନାମକ ଜଣେ ଡିଆରଜି ଯବାନ ଗତକାଲି ରାତିରେ ବାଇକ୍ ଯୋଗେ ନିଜ ଶ୍ବଶୁର ଘରକୁ ଯାଉଥିଲେ। ପୋନ୍ଦୁମ ଜଂଗଲ ନିକଟରେ ଯବାନଙ୍କୁ ନକ୍ସଲ ଅପହରଣ କରିନେଇ ଯାଇଥିଲେ। ଆଜି ସକାଳୁ କେସକୁତୁଲ ଜଂଗଲ ରାସ୍ତାରେ ତାଂକର ମୃତଦେହକୁ ଫୋପାଡି ଚାଲିଯାଇଥିବା ଜଣାପଡିଛି। ଏନେଇ ଏସ୍ପି କମଳଲୋଚନ କଶ୍ୟପ ଘଟଣାର ସ୍ପଷ୍ଟିକରଣ ଦେଇଛନ୍ତି। ଯବାନଙ୍କ ଗତକାଲି ଅପହରଣ ପରେ ନିର୍ଯାତନା ଦିଆଯାଇଛି। ପରେ ଅତି ନିକଟରୁ ତାଂକୁ ହତ୍ୟା କରାଯାଇଛି। ଆଜି ତାଂକର ମୃତଦେହକୁ ପୁଲିସ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
/sambad/media/post_attachments/wp-content/uploads/2021/03/Mkg-naxal-brunt-JCB-1024x461.jpg)
ସୁକମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଜିଲ୍ଲାର ମୁରଲୀଗୁଡା ନିକଟରେ ରାସ୍ତା କାମ ଚାଲିଛି। ଏହାକୁ ନକ୍ସଲ ବିରୋଧ କରିଆସୁଥିଲେ। ଏହି ରାସ୍ତା କାମକୁ ବନ୍ଦ କରିବା ପାଇଁ ନକ୍ସଲ ବାରମ୍ବାର ଧମକ ଦେଇ ଆସୁଥିଲେ।ତେବେ ପ୍ରଶାସନ ନକ୍ସଲ ଧମକକୁ ନଡରି କାମ କରୁଥିଲା। ତେବେ କାମ ଚାଲିଥିବା ବେଳେ ସଶସ୍ତ୍ର ନକ୍ସଲ ରାସ୍ତା କାମ ନିକଟରେ ପହଞ୍ଚିଥିଲେ। କାମ କରୁଥିବା ଶ୍ରମିକମାନଙ୍କୁ ନିର୍ଦ୍ଧୁମ ପିଟିଥିଲେ। ପରେ କାମରେ ଲାଗିଥିବା ଜେସିବି, ଟ୍ରାକ୍ଟରକୁ ନିଆଁ ଲଗାଇ ପୋଡି ଦେଇଥିଲେ। କାମ କରୁଥିବା ଠିକାଦାରକୁ ଖୋଜିଥିଲେ।ତେ ବେ ଠିକାଦାର ଆସିନଥିବାରୁ ସେ ବର୍ତ୍ତି ଯାଇଥିଲେ।ଘଟଣାସ୍ଥଲରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Mkg-Naxal-threten-to-villager-3.jpg)