ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ଜଣେ ମାନସିକ ଅଗ୍ରସର ବ୍ୟକ୍ତିକୁ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କରିଥିବା ଜଣାପଡିଛି। ଘଟଣା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୫ରୁ ୭ ଜଣ ସଶସ୍ତ୍ର ନକ୍ସଲ ବାସାଗୁଡା ଥାନା ଅନ୍ତର୍ଗତ ତାମାପୁର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମକୁ ଘେରିବା ସହ ହେମନ୍ତ ବଣ୍ଡି ନାମକ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ। ହେମନ୍ତ ଘରେ ଶୋଇଥିବା ବେଳେ ତାକୁ ଘରୁ ଉଠାଇ ଜଂଗଲକୁ ନେଇଯାଇଥିଲେ। ସେଠାରେ ହେମନ୍ତଙ୍କୁ ପୁଲିସ ଇନଫର୍ମର ସଂଦେହ କରି ନିର୍ଦ୍ଧୁମ ପିଟିଥିଲେ। ପରେ ହତ୍ୟା କରି ଜଂଗଲରେ ଫଙ୍ଗି ଦେଇଥିଲେ। ପରେ ପରିବାର ଲୋକେ ଜଂଗଲରୁ ଶବକୁ ଉଦ୍ଧାର କରିଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ କରିଛନ୍ତି।
ଓଡ଼ିଶା-ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ସୀମାରେ ନକ୍ସଲମାନେ ନିଜର କାୟା ବିସ୍ତାର କରୁଛନ୍ତି। ନିରୀହ ଲୋକଙ୍କ ଅଧିକାର ଦାବିରେ ସର୍ବସାଧାରଣ ସମ୍ପତ୍ତି କ୍ଷତି କରୁଛନ୍ତି। ସେମାନେ ଦରକାର ପଡ଼ିଲେ ସାଧାରଣ ଲୋକଙ୍କୁ ପୁଲିସ ଇନଫରର୍ମର କହି ହତ୍ୟା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dc-Cover-.jpeg.jpg)