ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ମାତିଲେ।ଜଣକୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିବା ଜଣାପଡିଛି। ଗାଦିରାସ ଅଂଚଳର ମରୋକି ଗ୍ରାମରେ ଜଣେ ଗ୍ରାମବାସୀକୁ ଗତକାଲି ରାତିରେ ଘରୁ ଟାଣି ଆଣି ହତ୍ୟା କରିଛନ୍ତି ନକ୍ସଲ।ମୃତକ ଜଣକର ନାମ ଦେବା ବୋଲି କୁହାଯାଇଛି। ତେବେ ଆଉ ଦୁଇ ଦିନ ପରେ ନକ୍ସଲ ସହିଦ ସପ୍ତାହ ପାଳନ କରୁଥିବା ବେଳେ ଏଭଳି ହିଂସାତ୍ମକ ହୋଇପଡନ୍ତି। ଲୋକଙ୍କୁ ଭୟଭିତ କରାଇବା ସହ ସହିଦ ଦିବସରେ ପ୍ରଚୁର ସଂଖ୍ୟାରେ ଲୋକେ ଯୋଗ ଦେବେ ବୋଲି ନକ୍ସଲ ଏଭଳି ଆତଙ୍କିତ କରୁଥିବା କୁହାଯାଇଛି।ଗତ କିଛି ଦିନ ହେଲା ନକ୍ସଲ ସୁକମା ଜିଲ୍ଲାରେ ହିଂସାତ୍ମକ ହୋଇ ଗ୍ରାମବାସୀଙ୍କୁ ହତ୍ୟା କରି ଚାଲିଛନ୍ତି। ଛତିଶଗଡରି ହଂସା ଘଟାଇ ମାଲକାନଗିରି ସୀମାନ୍ତ ଗ୍ରାମରେ ସରଣ ପଶୁଥିବା ଜଣାପଡିଛି। ତେବେ ସହିଦ ସପ୍ତାହକୁ ନଜରରେ ରଖି ପୁଲିସ ଏବଂ ବିଏସଏଫ ତରଫରୁ ଘନ ଘନ ଚଢାଉ ଜାରି ରହିଛି। ଅଚିହ୍ନା ବ୍ୟକ୍ତିଙ୍କୁ ଧରି ପଚରାଉଚରା କରାଯାଉଥିବା ଦେଖିବାକୁ ମିଳିଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସୀମାକୁ ସିଲ କରାଯାଉଥିବା ଦେଖିବାକୁ ମିଳିଛି। ସୀମାରେ ଯାଞ୍ଚ କଡାକଡି କରାଯାଇଛି।
ଜଣେ ଗ୍ରାମବାସୀକୁ ହତ୍ୟା କଲେ ନକ୍ସଲ
/sambad/media/post_attachments/wp-content/uploads/2022/07/naxal-operation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)