ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ଓଡିଶା ସୀମାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ପୁଲିସ ଇନଫର୍ମର ଦର୍ଶାଇ ଜଣେ ଗ୍ରାମବାସୀଙ୍କୁ ନକ୍ସଲ ହତ୍ୟା କରିଛନ୍ତି। ଏହି ଘଟଣାଟି ଓଡିଶା ସୀମା ଠାରୁ ମାତ୍ର ୬ କିଲୋମିଟର ଦୁରରେ ଘଟିଛି। ସୂଚନା ଅନୁଯାୟୀ ବିଶାଖାପାଟଣମ୍ ଜିଲ୍ଲା ଅନ୍ତର୍ଗତ ପେଦାବାଇଲୁ ଥାନା ଅଂଚଳର ତାରାବୁ ଗାଁରେ ଘଟିଛି ଏହି ଘଟଣ।
ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ଗାଁରେ ପଶିଥିଲେ। ଦ୍କାମକ ଲକ୍ଷ୍ମଣ ରାଓ ନାମକ ବ୍ୟକ୍ତିଙ୍କ ଘରକୁ ଯାଇ ତାଂକୁ ଉଠାଇଥିଲେ। ଲକ୍ଷ୍ମଣଙ୍କୁ ଘରୁ ଅପହରଣ କରି ଜଂଗଲକୁ ନେଇଯାଇଥିଲେ। ସେଠାରେ ଲକ୍ଷ୍ମଣଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିସ୍ତୁକ ମାଡ ମାରିଥିଲେ। ଲକ୍ଷ୍ଣଣ ଯେତେ ନେହୁରା ହେଉଥିଲେ ମଧ୍ୟ ତାଂକୁ ନକ୍ସଲ ଛାଡିନଥିଲେ। ମାଡ ମାରି ହାଲିଆ ହେବା ପରେ ଲକ୍ଷ୍ଣଣଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ।ଶବକୁ ଗାଁ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ।
ଏହି ଘଟଣା ଆନ୍ଧ୍ର ଓଡିଶା ମାଓ ସଂଗଠନ ପକ୍ଷରୁ ଘଟାଇଥିବା ଜଣାପଡିଛି। ପ୍ରକାଶ ଥାଉକି ଲକ୍ଷ୍ଣଣ ପୂର୍ବରୁ ମାଓବାଦୀଙ୍କ ପାଇଁ ମିଲିସିଆ ଭାବେ ମଧ୍ୟ କାମ କରୁଥିଲେ। ନକ୍ସଲଙ୍କ ସୂଚନା ଦାତା ଭାବେ ଦୀର୍ଘ ଦିନ କାମ କରି ପରେ ପୁଲିସ ସହ ମିଶି ନକ୍ସଲଙ୍କ ଗତିବିଧି ସଂପର୍କରେ କହୁଥିଲେ। ନକ୍ସଲ ଏହା ଜାଣିବା ପରେ ଲକ୍ଷ୍ଣଣଙ୍କୁ ହତ୍ୟା କରିବା ଯୋଜନା କରିଥିଲା।ନକ୍ସଲ ଟାର୍ଗେଟ କରିଥିବା ଜାଣିବା ପରେ ଗାଁ ଛାଡି ଦୀର୍ଘ ଦିନ ବାହାରେ ରହୁଥିଲେ।ତେବେ ସେ ଏକ ବର୍ଷ ହେବ ଗାଁକୁ ଫେରି ନିଜ କାମ କରୁଥିଲେ। କିନ୍ତୁ ନକ୍ସଲ ଏହା ଜାଣିବା ପରେ ତାଂକୁ ହତ୍ୟା କରିଥିଲ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଛି। ନକ୍ସଲଙ୍କ ଏହି ଘଟଣା ପରେ ଗ୍ରାମବାସୀ ଆତଙ୍କରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/naxal-ganja.jpg)