ବରିଷ୍ଠ ନକ୍ସଲ ନେତା ମୋହନ ରାଓଙ୍କ ମୃତ୍ୟୁ: ହୃଦଘାତ ନା କରୋନାରେ ମୃତ୍ୟୁ ଅସ୍ପଷ୍ଟ, ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓ ସଂଗଠନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର ତଥା ବରିଷ୍ଠ ନକ୍ସଲ ନେତା କେ.ମୋହନ ରାଓ ଅରଫ ଦାମୁ ଦାଦାଙ୍କର ଦେହାନ୍ତ ହୋଇଯାଇଛି। ଗତକାଲି ଦଣ୍ଡକାରଣ୍ୟ ଜଂଗଲରେ ତଂକର ଅନ୍ତିମ ସଂସ୍କାର କରାଯାଇଛି।ତାଂକର ମୃତ୍ୟୁରେ ସମଗ୍ର ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ତେଲେଙ୍ଗାନା ରାଜ୍ୟର ମେହବୁବାବାଦ ଜିଲ୍ଲାର ଭୟାରାମ ମଣ୍ଡଲର ଗରଲା ଗ୍ରାମରେ ଏକ ମଧ୍ୟମ ପରିବାରରେ ତାଂକର ଜନ୍ମ। ମାଙ୍କୁ ୩୫ ବର୍ଷ ବୟସ ହୋଇଥିବା ବେଳେ ମୃତ୍ୟୁବରଣ କରିଥିଲେ।ସେହିପରେ ସେ ରାଜନୈତିକ କୈଦୀ ଭାବେ ବନ୍ଦୀ ଥିବା ବେଳେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।ସେ ଖମାମ ଜିଲ୍ଲାରେ ନିଜର ଡିଗ୍ରୀ ସାରିବା ପରେ ଜକଟିଆ ବିଶ୍ବବିଦ୍ୟାଳୟରେ ଏମଏସସି ପିଜି ସମାପ୍ତ କରିଥିଲେ। ଦୁଇ ଦୁଇ ଥର ସେ ସ୍ବର୍ଣ୍ଣପଦକ ହାସଲ କରିସାରିଛନ୍ତି। ତେବେ ତାଂକର ପରିବାରର ବାମପନ୍ଥୀ ବିଚାରଧାରାକୁ ବିଶ୍ବାସ କରୁଥିଲା। ସେତେବେଳେ ନାଗଲବାଡୀ ଏବଂ ଶ୍ରୀକାକୁଲମ ଚାଷୀ ଆନ୍ଦୋଳନ ସେହି ଅଂଚଳର ଯୁବକଙ୍କୁ ଉସୁକାଉଥିଲା।

୧୯୮୨ ମସିହାରେ ମହୋନ ରାଓ ଦାଦିକଲ ଛାତ୍ର ସଂଘରେ ସାମିଲ ହୋଇଥିଲେ। ପରେ ସେ ନକ୍ସଲ ସଂଗଠନର ଜଣେ ଆଗଧାଡିର ନେତା ବନିଯାଇଥିଲେ। ଦୀର୍ଘ ୩୯ ବର୍ଷ ଧରି ସେ ମାଓ ସଂଗଠନରେ କାର୍ଯ୍ୟ କରି ବିଭିନ୍ନ ପଦପଦବୀରେ ରହିଥିଲେ। ସେ ଜେଲରେ ଥିବା ବେଳେ ରାଜନୈତିକ ଶିକ୍ଷା ପ୍ରଦାନ କରୁଥିଲେ। କ୍ରାନ୍ତିକାରୀ ଆନ୍ଦୋଳନର ସେ ପାଠ ପଢାଉଥିଲେ। ଦଣ୍ଡକାରଣ୍ୟ ଅଂଚଳରେ ସେ ବହୁ ସ୍କୁଲରେ ପାଠ ମଧ୍ୟ ପଢାଉଥିଲେ। ୧୯୯୧ରେ କ୍ରାନ୍ତିକୁ ବିକାଶ କରି ସେ ଯୁବକମାନଙ୍କୁ ସଂଗଠନରେ ସାମିଲ କରିବାରେ ସଫଳ ହୋଇଥିଲେ। ପ୍ରଥମେ ଡେପୁଟି କମାଣ୍ଡର,ପରେ କମାଣ୍ଡର ଏବଂ ସଚିବ ମଧ୍ୟ ସେ ବନିଥିଲେ। ସଂଗଠନରେ ସେ ବହୁ ସମସ୍ୟା ଦେଇ ଗତି କରିଛନ୍ତି।

ତେଲେଙ୍ଗାନା ଏବଂ ଦଣ୍ଡକାରଣ୍ୟ ଅଂଚଳରେ ସେ ଦାମୁ ଦାଦା ଭାବେ ବେଶ ପରିଚିତ ଥିଲେ। ନିଜର ବିଚକ୍ଷଣ ବୁଦ୍ଧି ଏବଂ ସଂଗଠନକୁ ସମ୍ଭାଳିବା ଭଳି ଦକ୍ଷତା ତାଂକର ରହିଥିଲା। ସେ ବହୁ ରୋଗରେ ପୀଡିତ ହୋଇ ଛଟପଟ ହେଉଥିଲେ। ତେବେ ଗତ କିଛି ଦନ ତଳେ ତାଂକର ସ୍ବାସ୍ଥ୍ୟ ଖରାପ ହେବା ପରେ ପିଏଲଜିଏର ସଦସ୍ୟମାନେ ଆସି ତାଂକୁ ଚିକିତ୍ସା କରିଥିଲେ।କିନ୍ତୁ ସେ ସୁସ୍ଥ ହୋଇନଥିଲେ। ଶେଷରେ ତାଂକର ମୃତ୍ୟୁ ହୋଇଥିଲା। ଗତକାଲି ଦଣ୍ଡକାରଣ୍ୟରେ ତାଂକର ଶେଷକୃତ ସଂପନ୍ନ କରାଯାଇଛି। ତେବେ ନକ୍ସଲ ସଂଗଠନ ପକ୍ଷରୁ ତାଂକର ଶବକୁ ତାଂକର ପରିବାରକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ତାଂକର ପରିବାର ପ୍ରତି ସଂଗଠନ ସମବେଦନା ଜଣାଇଛି।

ସମ୍ବନ୍ଧିତ ଖବର