ମାଲକାନଗିରି: ମାଓ ସଂଗଠନର ଆଗଧାଡିର ତଥା କେନ୍ଦ୍ରୀୟ କମିଟିର ପୋଲିଟ ବ୍ୟୁର ସଦସ୍ୟ କମ୍ରେଡ ମଟକମ ସୁଦର୍ଶନ ଅରଫ ଆନନ୍ଦଙ୍କର ଦେହାନ୍ତ ହୋଇଥିବା ନେଇ ଆଜି ମାଓ ସଂଗଠନ ପକ୍ଷରୁ ୩୨ ପୃଷ୍ଠା ସମ୍ବଳିତ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କମ୍ରେଡ ଆନନ୍ଦ ଗତ କିଛି ବର୍ଷ ହେଲା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ। ସେ ତେଲେଙ୍ଗାନା ଓ ଦଣ୍ଡକାରଣ୍ୟ ସୀମାରେ ଗରିଲା ଭେଷରେ ରହୁଥିଲେ ଓ ତାଂକର ଦେହାନ୍ତ ହୋଇଥିଲା। ଗତ ୫ ଦଶକ ଧରି ସେ ମାଓ ସଂଗଠନ ସହ ଜଡିତ ଥିଲେ। ମାଓ ସଂଗଠନର ଯେତେ ଆଗଧାଡିର ନେତା ଓ କମ୍ରେଡ ରହିଛନ୍ତି ତାଂକ ମଧ୍ୟରୁ ଆନନ୍ଦ ଅନ୍ୟତମ।
୧୯୭୪ ମସିହାରେ ସେ ଛାତ୍ର ନେତା ଭାବେ ଉଭା ହୋଇଥିଲେ। ପରେ ୧୯୭୫ରେ ସେ ମାଓ ସଂଗଠନରେ ଜଡିତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ। କ୍ରାନ୍ତିକାରୀ ଆନ୍ତୋଳନର କଥା ଯେତେବେଳେ ବି ଉଠେ ତାଂକ ନାମ ସବ୍ରାଗେ ରୁହେ। ଦେଶର ବହୁ ରାଜ୍ୟରେ ପାର୍ଟିର ବିକାଶ ପାଇଁ କାମ କରିଥବା କୁହାଯାଇଛି।
ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡରେ ସେ ଗରିଲା ଯୁଦ୍ଧକୁ ତୀବ୍ରତର କରିଥିଲେ। ୧୯୭୮ ମସିହାରୁ ସେ କ୍ରାନ୍ତିକାରୀ ଆନ୍ଦୋଳନର ମୁଖ୍ୟ ପୁରୁଧା ବନି ଆନ୍ଦୋଳନକୁ ଜୋରଦାର କରିଥିଲେ। ପରେ ଧୀରେଧୀରେ ସେ ବିଭିନ୍ନ ଏରିଆ କମିଟିର ସଚିବ ହୋଇଥିଲେ। ୧୯୯୦ ମସିହାରୁ ସେ କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇ କାମ କରୁଥିଲେ। ପରେ ପୋଲିଟ ବ୍ୟୁର ସଦସ୍ୟ ହୋଇ ସଂଗଠନକୁ ଆଗକୁ ନେଉଥିଲେ।
୨୦୨୧ରୁ ମୃତ୍ୟୁ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ କମିଟିର ସଦସ୍ୟ ମଧ୍ୟ ରହିଥିଲେ।ସଂଗଠନର ପତ୍ରିକାରେ ସେ ସଂପାଦକ ମଧ୍ୟ ରହିଥିଲେ।ମାର୍କ୍ସବାଦ, ଲେନିନବାଦ ଓ ମାଓବାଦର ସିନ୍ଧାନ୍ତରେ ଚାଲିବା ପାଇଁ ଲୋକଙ୍କୁ ବୁଝାଉଥିଲେ। ଦୀର୍ଘ ୫୦ ବର୍ଷ ଧରି ସଂଗଠନରେ କାମ କରିବା ପରେ ତାଂକର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସେ କେନ୍ଦ୍ରୀୟ କମିଟିର ସଦସ୍ୟତାରୁ ନିଜେ ହଟି ଅନ୍ୟ କାମ କରିବା ପାଇଁ ମନସ୍ଥ କରିଥିଲେ।ତେବେ ହୃଦଘାତରେ ତାଂକର ଗତ ମେ ମାସରେ ମୃତ୍ୟୁ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ୩୨ ପୃଷ୍ଠାରେ ତାଂକର ସମସ୍ତ ଜୀବନୀ ମାଓ ସଂଗଠନ ପକ୍ଷରୁ କୁହାଯାଇଛି।ତାଂକର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଟିକନିଖ କାର୍ଯ୍ୟକୁ ମନେ ପକାଇ ସଂଗଠନ ତାଂକୁ ଶ୍ରଦ୍ଧାଞ୍ଜଳି ଦେଇଛି। ତେବେ ତାଂକର ମୃତ୍ୟୁରେ ସଂଗଠନର ଅପୂରଣୀୟ କ୍ଷତି ହୋଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/048f26fb-d205-4462-9312-0830ea27bd1f.jpeg)