ଡଙ୍ଗା ଲୁଟିଲେ ନକ୍ସଲ; ଇନ୍ଦ୍ରାବତୀ ନଦୀର ଅପରପାର୍ଶ୍ବରେ ଫସିଲେ ୨୫ ସ୍ବାସ୍ଥ୍ୟକର୍ମୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଭେରମଗଡ ବ୍ଲକରେ ନକ୍ସଲ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳକୁ ମେଡିକାଲ ଟିମ ଯାଇଥିବା ବେଳେ ସେମାନଙ୍କର ଡଙ୍ଗାକୁ ନକ୍ସଲ ଲୁଟ କରି ନେଇଥିବା ଜଣାପଡିଛି। ତେବେ ଇନ୍ଦ୍ରାବତୀ ନଦୀର ଅନ୍ୟ ପଟେ ରହିଥିବା ଏକ ଗାଁରେ ୨୫ ଜଣ ଫସି ରହିଥିବା ପୁଲିସ କହୁଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣସରପଞ୍ଚ, ଜଣେ ବିଏମଓ, ଜଣେ ସିଏମଏଚଓ ମଧ୍ୟ ରହିଛନ୍ତି।

ବିକାଶ ବିରୋଧୀ ନକ୍ସଲ ପୁଣି ନିଜର ଅସଲି ପରିଚୟ ଦେଖାଇଛନ୍ତି ବୋଲି ପୁଲିସ କହିଛି। ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ବଳପୂର୍ବକ ମଟର ବୋଟ୍କୁ‌ ନକ୍ସଲ ଛଡାଇ ନେଇଥିବା ପୁଲିସ କହିଛି। ତେବେ କୌଣସି କର୍ମୀଙ୍କୁ ନକ୍ସଲ ହଇରାଣ କରିନଥିବା ଜଣାପଡିଛି। ତେବେ ଏହି ଟିମକୁ କିପରି ସୁରକ୍ଷିତ ଭାବେ ଅଣାଯିବ ସେନେଇ ଚେଷ୍ଟା ଚାଲିଥିବା କୁହାଯାଇଛି।

ପ୍ରକାଶ ଥାଉକି ଭେରମଗଡ ବ୍ଲକର ସୁଦୁର ଏବଂ ଧୁର ଗାଁରେ ଅଜଣା ରୋଗରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଗତ ୨୩ ତାରିଖରେ ଡାକ୍ତରଙ୍କ ସହ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ପାଦରେ ଚାଲି ଚାଲି ଏହି ଦୁର୍ଗମ ଅଂଚଳ ବୁଲି ତଦନ୍ତ କରିବା ପରେ ସେଠାରେ କୌଣସି ଏଭଳି ଅଜଣା ରୋଗରେ ଲୋକେ ମରିନଥିବା ପ୍ରଶାସନ କହିଥିଲା। ଗତକାଲି କିନ୍ତୁ ଏହି ସ୍ବାସ୍ଥ୍ୟ କର୍ମୀ ଟିମ ନଦୀ ପାର କରି ଯିବା ପରେ ନକ୍ସଲ ସେଠାରେ ପହଞ୍ଚି ବୋଟଟିକୁ ଲୁଟ କରି ନେଇଯାଇଥିଲେ। ତେବେ ଫସି ରହିଥଇବା ସମସ୍ତଙ୍କୁ ଯେପରି ସୁରକ୍ଷିତ ଅଣାଯିବ ସେନେଇ ପୁଲିସ ଯୋଜନା କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର