ନକ୍ସଲ ଶିବିରରେ ଚଢ଼ଉ, ମାଓ ସାମଗ୍ରୀ ଜବତ

ରାଉରକେଲା : ରାଉରକେଲା ଏସ୍‌ପି ଡ. ଉମାଶଙ୍କର ଦାଶଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆର୍‌ପିଏଫ୍‌),ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ୍‌), ସ୍ୱତନ୍ତ୍ର ଅପ୍‌ରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରନ ଜଙ୍ଗଲରେ ପଶି ନକ୍ସଲ ଶିବିରରେ ଚଢ଼ଉ କରିଥିଲେ। ମାତ୍ର ନକ୍ସଲମାନେ ଆଗୁଆ ସୂଚନା ପାଇ ଶିବିର ଛାଡ଼ି ଚାଲି ଯାଇଥିଲେ। ଅପ୍‌ରେସନ୍‌ ଟିମ୍‌ ଶିବିରରୁ ଅନେକ ମାଓ ସାମଗ୍ରୀ ଜବତ କରିଥିଲା। ଶିବିରରେ ସୁନ୍ଦରଗଡ଼-ସମ୍ବଲପୁର-ଦେବଗଡ଼ ଡିଭିଜନ୍‌ର ଏରିଆ କମାଣ୍ଡର୍‌ ଅନ୍‌ମୋଲଙ୍କ ସହ ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶାର ୨୫ରୁ ଅଧିକ ନକ୍ସଲ ଥିଲେ ବୋଲି ରାଉରକେଲା ଏସ୍‌ପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର