ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ କ୍ୟାମ୍ପକୁ ଠାବ କରି ଧ୍ବଂସ କରି ଦେଇଛନ୍ତି ଯବାନ। ୧୫୦ ସିଆରପିଏଫ ବାଟାଲିୟନ ଏବଂ ୨୦୬ କୋବ୍ରା ବାଟାଲିୟନର ଯବାନମାନେ ଆଜି କୁମ୍ବିଂ ଅପରେସନରେ ଚିନ୍ତଲନାର ଅଂଚଳର ଦୁଲେଡ ଜଙ୍ଗଲକୁ ଯାଇଥିଲେ। ଯବାନମାନେ ଚଢ଼ାଉ କରି ମାଓବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ତେବେ ଚଢ଼ାଉ ବେଳେ ଜଣେ ବି ନକ୍ସଲ ନଥିବା ବେଳେ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଟିଫିନ ବୋମା, ବିଦ୍ୟୁତ ତାର, ଦୈନନ୍ଦିନ ସାମଗ୍ରୀ, ବ୍ୟାନର, ପୁସ୍ତକ, ଔଷଧ ଇତ୍ୟାଦି ଜବତ କରାଯାଇଛି।
ନକ୍ସଲ କ୍ୟାମ୍ପରୁ ବିପୁଳ ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2019/02/nax-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)