ବଜାରରେ ବୁଲୁଥିଲା ମାଓବାଦୀ!

ଦେଉଳୀ ଗୋଜମୁଣ୍ଡିଆରେ କାବୁ କଲେ ଲୋକ, ରାେଷଇ କରୁଥିବା ମାନିଛି, ଅକଳରେ ପୁଲିସ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଦେଉଳୀ ଗ୍ରାମ ନିକଟ ଗୋଜମୁଣ୍ଡିଆ ପାହାଡ଼ରେ ମାଓବାଦୀମାନେ ଆଡ଼ା ଜମାଇଛନ୍ତି। ସେମାନେ ଦୀର୍ଘ ଦୁଇ ମାସ ହେଲା ଏଠାରେ ଚଳପ୍ରଚଳ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏମିତି ଚର୍ଚ୍ଚା ଚାଲିଥିଲା।  ଠିକ୍ ଏମିତି ଏକ ସମୟରେ ସ୍ଥାନୀୟ େଲାକେ ଆଜି ଜଣେ ଯୁବକକୁ କାବୁ କରି ପୁଲିସକୁ େଦଇଛନ୍ତି। େସ ନିଜକୁ ମାଓବାଦୀଙ୍କ ସହଯୋଗୀ େବାଲି ମାନିଛି। େସମାନଙ୍କ ପାଇଁ ବିଭିନ୍ନ ତେଜରାତି ସାମଗ୍ରୀ ଯୋଗାଇବା ସହ ରୋଷେଇ କରୁଥିଲା େବାଲି ପୁଲିସକୁ କହିଛି। ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି େହାଇଛି। େଲାକେ ଆତଙ୍କିତ େହାଇପଡିଛନ୍ତି। ଅନ୍ୟପକ୍ଷରେ ପୁଲିସ କିନ୍ତୁ କହିଛି େଯ ସଂପୃକ୍ତ ଯୁବକର ବୟାନରୁ ଜଣାପଡୁଛି େଯ ତାର ମାନସିକ ସ୍ଥିତି ଠିକ୍ ନାହିଁ। ତା ସତ୍ତ୍ବେ ତାକୁ ଅଟକ ରଖି ପଚରାଉଚରା ଜାରି ରହିଛି।  ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୁଲିସ ଉପରେ ମୁହଁ ଫୁଟାଣି ମାରୁଥିେଲ େହଁ, ଘଟଣାକୁ େନଇ ଚିନ୍ତାରେ ପଡିଛି। ଯୁବକକୁ ହାଲୁକା ଭାବେ େନଇପାରୁନାହାନ୍ତି କି ତା କଥାରେ ଭରସା କରି ଚଢଉ କରିବା ଲାଗି ସାହସ କୁଳଉନାହାନ୍ତି। ପୁଲିସର ଏଭଳି ପଦକ୍ଷେପକୁ େନଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। କାହିଁକି ପୁଲିସ ଚୁପ୍ େହାଇ ବସିଛି େବାଲି ସେମାେନ ପ୍ରଶ୍ନ ଉଠାଇଛନ୍ତି। ଖବର ଅନୁସାରେ, ମାଓବାଦୀ ସନ୍ଦେହରେ ଜଣେ ଅଚିହ୍ନା ଯୁବକକୁ ଆଜି ସ୍ଥାନୀୟ ଲୋକେ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସଂପୃକ୍ତ ଯୁବକର କହିବା ଅନୁଯାୟୀ, ତା’ର ନାମ ସୁରେଶ ଏବଂ ଘର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ପୋଟାଙ୍ଗୀ ଗ୍ରାମରେ। ୨୦ ବର୍ଷୀୟ ଏହି ଯୁବକ ଜଣକ ୨ମାସ ହେଲା ଦୁଇଜଣ ସଶସ୍ତ୍ର ମାଓବାଦୀଙ୍କ ପାଇଁ ରୋଷେଇ କରିବା ସହ ସେମାନଙ୍କ ପାଇଁ ବଜାର ସଉଦା ମଧ୍ୟ କରିଥାଏ। ତେବେ ସବୁଦିନ ପରି ସେ ଆଜି ଅପରାହ୍ଣ ଗୋଟାଏରେ ଦେଉଳି ଛକରୁ ଚୁଡ଼ା, ଚିନି ଓ ବିସ୍କୁଟ କିଣୁଥିବା ବେଳେ ସ୍ଥାନୀୟ ଲୋେକ ଏହି ଅପରିଚିତ ଲୋକର ହାବଭାବ ଦେଖି ସନ୍ଦେହ କରିଥିଲେ। ତେଣୁ ସେ ଦୋକାନ ସଉଦା ନେଇ ଯିବାପରେ କିଛି ଲୋକ ତା’କୁ ଅନୁସରଣ କରିଥିଲେ। ତେବେ ସ୍ଥାନୀୟ ଲୋେକ ପିଛା କରୁଥିବା ଜାଣି ସେ ଦୌଡ଼ି ପଳାଇଯିବାକୁ ଚେଷ୍ଟା କରିଥିଲା। ମାତ୍ର ଲୋକେ ତା’କୁ କାବୁକରି ପୁଲିସକୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ବେଗୁନିଆ ଥାନା ପୁଲିସ ପହଞ୍ଚି ସନ୍ଦିଗ୍ଧ ଯୁବକକୁ ଥାନାକୁ ଆଣି ପଚରାଉଚୁରା କରୁଛି। ଖୋର୍ଦ୍ଧା ଏସ୍‌ପି ଦୀପ୍ତିରଞ୍ଜନ ରାୟ ଏବଂ ଏସ୍‌ଡିପିଓ ଯୁଗଳ କିଶୋର ଦାଶ ଆଜି ସନ୍ଧ୍ୟାରେ ଥାନା ପରିଦର୍ଶନରେ ଆସି ଦୁଇଟି ଘଟଣାର ଅନୁଧ୍ୟାନ କରିବା ସହ ଅଟକ ସୁରେଶର ବୟାନ ନେଇଛନ୍ତି। ଯୁବକକୁ ଅଟକ ରଖି ତା’ ବିଷୟରେ ସବିଶେଷ ତଥ୍ୟ ଯୋଗାଡ଼ କରାଯାଉଛି ବୋଲି ଏସ୍‌ପି ଦୀପ୍ତି ରଞ୍ଜନ ରାୟ ସୂଚନା ଦେଇଛନ୍ତି। ମାଓବାଦୀ ସମ୍ପର୍କିତ ତା’ ନିକଟରୁ କୌଣସି ପ୍ରମାଣ କିମ୍ବା ଆପତ୍ତିଜନକ ସାମଗ୍ରୀ ମିଳିନାହିଁ। ତେବେ ପୁଲିସର ଏକ ଟିମ୍ ଗଠନ କରାଯିବା ସହ ନୂଆପଡ଼ା ପୁଲିସ ସହ ଯୋଗାଯୋଗ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି । ଜଙ୍ଗଲରେ ମାଓବାଦୀ ରହିଥିବା ସମ୍ପର୍କରେ ସ୍ଥାନୀୟ ଲୋକେ କହୁଥିବା ବେଳେ ପୁଲିସ ଏହାକୁ ହାଲକା ଭାବରେ ନେଉଛି। ଜଙ୍ଗଲରେ ଦୁଇଜଣ ସଶସ୍ତ୍ର ମାଓବାଦୀ ଦୁଇମାସ ହେଲା ରହୁଥିବା କଥାରେ ସତ୍ୟତା ନଥିଲେ ବି ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ଜଙ୍ଗଲରେ ଚଢ଼ଉ ନକରିବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ମାଓବାଦୀ ସବୁେବଳେ ସଂଘବଦ୍ଧ ଭାବେ ରହିଥାନ୍ତି। ଘଞ୍ଚ ଜଙ୍ଗଲ ନ ଥିଲେ, େସମାେନ ରୁହନ୍ତି ନାହିଁ। ସଂପୃକ୍ତ ଯୁବକର ବୟାନ ପଛର ସତ୍ୟତା େନଇ େସ ଦୃଷ୍ଟି େକାଣରୁ ସନ୍ଦେହ େହଉଛି। ତେେବ ସୁରେଶକୁ ଅଟକ ରଖାଯାଇଛି ଓ ପଚରା ଉଚରା ଜାରି ରହିଛି। େତବେ େକଉଁ ପରିସ୍ଥିତିରେ ନୂଆପଡ଼ାର ଜଣେ ଯୁବକ େବଗୁନିଆ ଆସିଲା, େସ ଏଠାରେ କଣ କରୁଛି, କାହିଁକି ସ୍ଥାନୀୟ େଲାକଙ୍କୁ େଦଖି ଦୌଡିଲା, ଯଦି ନିକଟ ସଂପର୍କୀୟ ଅଛନ୍ତି, େତବେ ୮ ଘଣ୍ଟା ଧରି ତନାଘନା େହବା ପରେ ବି କାହିଁକି ଆସୁନାହାନ୍ତି ଏମିତ ଅନେକ ପ୍ରଶ୍ନ ରହସ୍ୟରେ ରହିଛି।

ସମ୍ବନ୍ଧିତ ଖବର