ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଠାରୁ ପୁଲିସ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ବେଳେ ନକ୍ସଲମାନେ ଖସି ପଳାଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କାଂକେର ଏବଂ ବସ୍ତର ପୋଲିସ ମିଳିତ କିମ୍ବିଂ ବେଳେ ଜଂଗଲରେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ୧୦ ମିନଟ ଧରି ଗୁଳି ବିନିମୟ ହୋଇଥିବା ଆଇଜି ବିବେକାନନ୍ଦ ସିହ୍ନା ପ୍ରକାଶ କରିଛନ୍ତି। ଘଟଣାସ୍ଥଳରୁ ସର୍ଚ୍ଚ ଅପରେସନ ବେଳେ ୨୮ଟି ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ବନ୍ଧୁକ, ନାଇଟ ଭିଜନ, ୧୫ଟି ଏୟାର ପିସ୍ତଲ, ଗୋଟିଏ ମାସ୍କେଟ ରାଇଫଲ, ସୁରକ୍ଷାକର୍ମୀଙ୍କ ଠାରୁ ଲୁଟ ହୋଇଥିବା ମୋର୍ଟାର ଇତ୍ୟାଦିକୁ ଜବତ କରିଛି। ଏଥସହ ଜିଲୋଟିନ,୭ କିଲୋ ବାରୁଦ,ନକ୍ସଲ ପୁସ୍ତକ ସମେତ ବହୁ ଦୈନନ୍ଦିନ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ପୋଲିସ କହିଛି। ଛତିଶଗଡ଼ରେ ଘନ ଘନ କମ୍ବିଂ ଏବଂ ଆକ୍ରମଣ ଯୋଗୁଁ ଶତାଧିକ ନକ୍ସଲ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ଚାଲି ଆସି ଡେରା ଜମାଉଥିବା ସୂଚନା ମିଳିଛି।
ନକ୍ସଲ-ପୁଲିସ ଗୁଳି ବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2017/10/Mkg-naxal-equipment-seized-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)