ପୁଲିସ-ନକ୍ସଲ ଗୁଳି ବିନିମୟ, ବହୁ ମାଓ ସାମଗ୍ରୀ ଜବତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଗୁଳି ବିନିମୟରେ ଦୁଇ ପକ୍ଷରୁ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି। ଏଏସପି ଦିବ୍ୟାଙ୍ଗ ପଟେଲଙ୍କ କହିବା ସିଆରପିଏଫର ୨୦୪ ବାଟାଲିୟନ, ଡିଏଫ, ସିଏଏଫ ଏବଂ ଡିଆରଜି ଯବାନ କମ୍ବିଂ ପାଇଁ ପାମେଟ ଥାନା ଅନ୍ତର୍ଗତ ରାସପାଲ୍ଲୀ ଏବଂ ଇଟାପାଲ୍ଲୀ ମଧ୍ୟରେ ରହିଥିବା ଜଂଗଲକୁ ଯାଇଥିଲେ। ଯବାନ କୁମ୍ବିଂ ସାରି ଫେରୁଥିବା ବେଳେ ପୂର୍ବରୁ ଆମ୍ବୁସ ଲଗାଇ ବସିଥିବା ନକ୍ସଲ ଅତର୍କିତ ଭାବେ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ। ପ୍ରାୟ ୨୦ରୁ ୨୫ ଜଣ ନକ୍ସଲ ରହିଥିବା ଜଣାପଡିଛି। ଯବାନ ମଧ୍ୟ ନିଜକୁ ସୁରକ୍ଷିତ ରଖି ନକ୍ସଲ ଉପରେ ଗୁଳି ଚଳାଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣା ସ୍ଥଳର ସର୍ଚ୍ଚ ଅପରେସନ କରୁଥିବା ବେଲେ ପୁଲିସ ବହୁ ମାଓ ସାମଗ୍ରୀ ଜବତ କରିଛି। ସମସ୍ତ ଯବାନ ଜିଲ୍ଲା କାର୍ଯ୍ୟାଳୟରେ ସୁରକ୍ଷିତ ପହଞ୍ଚିଥିବା ଏଏସପି ଦିବ୍ୟାଙ୍ଗ ପାଟେଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର