ସୀମାନ୍ତରେ ନକ୍ସଲ ବିରୋଧୀ ପୋଷ୍ଟର; ଫାରୁକ ଅଲ୍ଲୀଙ୍କ ନକ୍ସଲ ବିରୋଧୀ ଅଡିଓ ଟେପ ଜାରି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଅଂଚଳରେ ଏବେ ନକ୍ସଲ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ମାଲକାନଗିରି ସୀମାନ୍ତ ଗ୍ରାମରେ ମଧ୍ୟ ଏହି ପୋଷ୍ଟର ମରାଯାଇଥିବା ଜଣାପଡିଛି। ନକ୍ସଲଙ୍କୁ ଏବଂ ନକ୍ସଲ ପ୍ରଭାବିତ ଅଂଚଳର ଲୋକମାନଙ୍କ ଉଦେଶ୍ୟରେ ସମାଜସେବୀ ତଥା ନକ୍ସଲ ବିରୋଧରେ କାମ କରୁଥିବା ଫାରୁକ ଅଲ୍ଲୀ ଅଡିଓ ଟେପ ଜାରି କରିକରିଛନ୍ତି। ଟେପରେ ଏବଂ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ ପ୍ରଜାକୋର୍ଟକରି ବାହାର ନକ୍ସଲଙ୍କ ଆଦେଶରେ ମିଲିସିଆମାନେ ନିଜର ହିଁ ଲୋକଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରିବାକୁ ପଛାଉ ନାହାନ୍ତି।

ଗତ କିଛି ଦିନ ତଳେ ଦୁଇ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଗତ ୧୯ ତାରିଖରେ ନକ୍ସଲ ଏହି ଘଟଣାକୁ ସ୍ବୀକାର କରିବା ସହ ଏହି ଦୁଇ ଜଣ ବ୍ୟକ୍ତି ପୁଲିସ ଇନଫର୍ମର ଭାବେ କାମ କରୁଥିଲେ ବୋଲି କହିଥିଲେ। ନକ୍ସଲ ସବୁବେଳେ ନିଜର ପୋଷ୍ଟର ଏବଂ ବ୍ୟାନରରେ ଆଦିବାସୀଙ୍କ ପାଇଁ ସେମାନଙ୍କର ହକ୍ ଜଳ,ଜଂଗଲ ଓ ଜମି ପାଇଁ ଲଢୁଥିବା ଚିତ୍କାର କରୁଛନ୍ତି। କିନ୍ତୁ ସେହି ଆଦିବାସୀଙ୍କୁ ମିଥ୍ୟାରେ ହତ୍ୟା କରିବା, ସ୍କୁଲ ଉଡାଇବା, ବ୍ରିଜ ଉଡାଇବା, ହସପିଟାଲ ଭାଙ୍ଗିବା, ପୁଲିସକୁ ଟାର୍ଗେଟ କରିବା, ଆଦିବାସୀଙ୍କୁ ସେମାନଙ୍କର ଜଳ, ଜଂଗଲ ଓ ଜମିରୁ ବେଦଖଲ କରିବା ଭଳି କାମ କରୁଛନ୍ତି। ଏପରକି ବନ୍ଧୁକ ଦେଖାଇ ଶାସନ କରିବାକୁ ଚାହୁଁଛନ୍ତି ଏହି ନକ୍ସଲ, ଯାହାକି ଚୀନ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି ସ୍ପଷ୍ଟ ହେଉଛି।

ତେବେ ଫାରୁକ ଅଲ୍ଲୀ କାହିଁକି ନକ୍ସଲକୁ ଚୀନ ନକ୍ସଲ ବୋଲି ସମ୍ବୋଧନ କରୁଛନ୍ତି ସ୍ପଷ୍ଟ କରିଛନ୍ତି। ମାଓ ଶଦ୍ଦ ଚୀନରୁ ଆସିଛି। ବନ୍ଧୁକ ଦେଖାଇ ଶାସନ ଗାଦିରେ ବସିବା ଏବଂ ଆଦିବାସୀଙ୍କୁ ଜଳ, ଜଂଗଲ ଓ ଜମି ପାଇଁ ଲଢେଇ କରିବା ବୋଲି ଫୁସୁଲାଫୁସୁଲି କରି ମନାଉଛନ୍ତି। ସେହି ଆଦିବାସୀଙ୍କୁ ତାଂକର ଜମିରୁ ହଟାଇ ଦେଉଛନ୍ତି। ପାଲମପାଲୀ ଅଂଚଳରେ ତିନୋଟି ପରିବାରକୁ ନିଜ ଘରୁ ତଡି ଦେଇଥିଲେ। ସମସ୍ତଙ୍କର ବୟସ ୮୦,୭୦,୬୫ ହେବ। ସୁକମା ଅଂଚଳର ହାର୍ଡକୋର ମାଓବାଦୀ ଗଣେଶ ଉଇକା ଜଣେ ଆଦିବାସୀ ନେତା ବୋଲି କହନ୍ତି। କିନ୍ତୁ ମୋର ପ୍ରଶ୍ନର ଉତ୍ତର ସେ ଦିଅନ୍ତୁ ବୋଲି ଫାରୁକ ଅଲ୍ଲୀ ପ୍ରଶ୍ନ କରିଛନ୍ତି।

କଟେକଲ୍ୟାଣ ଅଂଚଳରେ ପୋଷ୍ଟରରେ ନକ୍ସଲ ଉଲ୍ଲେଖ କରିଥିଲେ ଯେ ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ଏକ ହଜାର ଟଂକା ଲେଖାଏଁ ଦିଆଯାଉଛି, ଯାହାକି ମିଥ୍ୟା ଅଟେ। କ୍ୟାଡର ଅନୁସାରେ ସେମାନଙ୍କୁ ସେମାନଙ୍କର ଘୋଷିତ ପୁରସ୍କାର ରାଶି ପ୍ରଦାନ କରାଯିବା ସହ ମୁଖ୍ୟଧାରାରେ ସାମିଲ ହେଲେ ଚାକିରି ସହ ଜମି ପ୍ରଦାନ କରାଯାଉଛି। ଆତ୍ମନିର୍ଭଶୀଳତା ପାଇଁ ତାଲିମ ପ୍ରଦାନ କରାଯାଉଛି। ମାଓନେତା ହିଡମା, ପାପା ରାଓ, ହରିଭୁଷଣ, ଦେବା, ଗଣେଶ ଉଇକା ସମେତ ଅନ୍ୟ ଛୋଟ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ।ସେମାନଙ୍କୁ ପ୍ରଶାସନ ତରଫରୁ ସମସ୍ତ ପୁରସ୍କାର ଘୋଷିତ ଟଂକା ପ୍ରଦାନ କରାଯିବା ସହ ସରକାରୀ ସୁବିଧା ପ୍ରଦାନ କରାଯିବ। ତେବେ ଶାସନ ଗାଦିରେ ବସିବାକୁ ହେଲେ ହିଂସାର ବାଟ ଛାଡି ମହାତ୍ମା ଗାନ୍ଧୀଙ୍କ ପଥ ଅନୁସରଣ କରିବାକୁ ଫାରୁକ ଅଲ୍ଲୀ ଅଡିଓରେ ନକ୍ସଲମାନଙ୍କୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର