ମାଲକାନଗିରି : ନକ୍ସଲ ସଂଗଠନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ସମ୍ପର୍କରେ କାହାରିକୁ ଅଛପା ନାହିଁ! ଏବେ କିନ୍ତୁ ଏକ ନୂଆ ଧରଣର ପିସ୍ତଲ ବ୍ୟବହାର କରୁଛନ୍ତି, ଯାହାକୁ କି ‘ପେନ୍ ଗନ୍’ ବୋଲି କୁହାଯାଉଛି। ସାଧାରଣତଃ, ଚଳଚ୍ଚିତ୍ରରେ ଏହିଭଳି ପିସ୍ତଲ ଦେଖିବାକୁ ମିଳିଥାଏ। ଗତକାଲି ଏନ୍କାଉଣ୍ଟର୍ ପରେ ସୁରକ୍ଷା ବଳଙ୍କୁ ଏ ସମ୍ପର୍କିତ ନୂଆ ତଥ୍ୟ ମିଳିଛି।
ଗତକାଲି, ମାଲଗାନଗିରି ସୀମାରେ ସୁରକ୍ଷା ଯବାନ୍ ଏନ୍କାଉଣ୍ଟର ପରେ ନକ୍ସଲଙ୍କ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ସେଥିମଧ୍ୟରୁ ‘ପେନ୍ଗନ୍’ ମିଳିଥିଲା। କଲମ ଭଳି ଆକାର ହୋଇଥିବାରୁ ତାହାକୁ ଲୁଚାଇବାକୁ ବି ବିଶେଷ କଷ୍ଟ ହୋଇ ନଥାଏ। ଏହାର ଓଜନ ୧୦୦ ଗ୍ରାମ ମଧ୍ୟରେ। ୯ ଏମ୍ଏମ୍ ବୁଲେଟ୍ ଗୋଟିଏ ରାଉଣ୍ଡ ପାଇଁ ବ୍ୟବହାର ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ୧୦ ମିଟର ଭିତରେ ଏହାକୁ ବ୍ୟବହାର କରାଯାଏ ତେବେ ବଂଚିବାର ସମ୍ଭାବନା ଖୁବ୍ କମ। ବିଶେଷ କରି ଭିଡ଼ ମଧ୍ୟରେ ଅତି ନିକଟରୁ ଟ୍ରିଗର ଚିପି ଗହଳିରେ ନିଜକୁ ହଜାଇ ଦେବାକୁ ନକ୍ସଲ ଏହି ହତିଆର ନିର୍ମାଣ କରିଥିବା କୁହାଯାଉଛି। ଏହି ପିସ୍ତଲର ନିର୍ମାଣ ଶୈଳୀକୁ ଦେଖିଲେ ତାହାକୁ ନଜସ୍ୱ ଜ୍ଞାନ ଓକୌଶଳରେ ତିଆରି କରାଯାଇଥିବା ଅନୁମାନ କରାଯାଉଛି ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Mkg-pen-pistol-of-naxal.jpg)