ମାଲକାନଗିରି: ନକ୍ସଲ ସଂଗଠନର ଆଜି ଥିଲା ସହିଦ ସପ୍ତାହର ଶେଷ ଦିବସ। ନକ୍ସଲ ମାଲକାନଗିରି ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ଆଭ୍ୟନ୍ତରୀଣ ଗ୍ରାମଗୁଡିକରେ ଧୁମ୍ଧାମ୍ରେ ନକ୍ସଲ ପାଳିଛନ୍ତି ସହିଦ ସପ୍ତାହ। ଛତିଶଗଡ଼ର ବିଜାପୁର ଜିଲ୍ଲାର ଦୁର୍ଗମ ଅଂଚଳରୁ ଆସିଥିବା ଖବର ଅନୁଯାୟୀ ସମସ୍ତ ଟପ୍ କ୍ୟାଡର ମାଓନେତା ଏଠାରେ ରୁଣ୍ଡ ହୋଇଥିଲେ। ନକ୍ସଲ ସଂଗଠନର ଗଣନାଟ୍ୟ ମଣ୍ଡଳୀ ତରଫରୁ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କ ଆଗରେ ନକ୍ସଲଙ୍କ ଲକ୍ଷ୍ୟ ଉଦେଶ୍ୟ ସଂପର୍କରେ ବଖାଣିଥିଲେ। ପଥପ୍ରାନ୍ତ ନାଟକ କରାଯିବା ସହ ଆଦିବାସୀ ଭାଷାରେ ନାଚଗୀତର ଆୟୋଜନ କରାଯାଇଥିଲା।
ଟପ୍ କ୍ୟାଡର ନକ୍ସଲମାନେ ଶତ୍ରୁକୁ ପରାସ୍ତ କରିବା ପାଇଁ ଆମର ବହୁ କମ୍ରେଡ ସହିଦ ହୋଇଯାଇଛନ୍ତି କହିଥିଲେ। ସଂଗଠନ ଦୁର୍ବଳ ହୋଇଯାଇନାହିଁ, ବରଂ ଆହୁରି ଶକ୍ତ ହୋଇଛି ବୋଲି କୁହିଥିଲେ। ଜଳ, ଜଂଗଲ ଓ ଜମି ଆଦିବାସୀଙ୍କର ଏହାକୁ ସରକାର କେବେ ମଧ୍ୟ ପୁଞ୍ଜିପତିମାନଙ୍କ ହାତରେ ଟେକିଦେଇପାରିବେ ନାହିଁ। ମାଓବାଦୀମାନେ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କୁ ମାଓ ଆଦର୍ଶ ସଂପର୍କରେ ବୁଝାଇଥିଲେ। କିପରି ସେମାନଙ୍କୁ ସରକାର ଏବଂ ପୁଲିସ ଲୁଣ୍ଠନ କରୁଛି ନିଜ ଭାଷାରେ ବୁଝାଇଥିଲେ।
ତେବେ ସହିଦ ସ୍ତମ୍ଭରେ ସମସ୍ତ ଉପସ୍ଥିତ ଜନତା ସହିଦଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେବା ସହ ମାଓବାଦୀଙ୍କ ଆଇନକୁ ମାନିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୁଲିସକୁ ପ୍ରତିଶୋଧ ନେବା ପାଇଁ ଲୋକଙ୍କ ସହଯୋଗ ଦରକାର ବୋଲି ନକ୍ସଲ କହିଥିଲେ। ତେବେ ପୁଲିସକୁ କଡା ଚ୍ୟାଲେଞ୍ଜ ଦେଇ ଏଭଳି ବଡ କାର୍ଯ୍ୟକ୍ରମ କରାଯିବା ପଛରେ ନକ୍ସଲଙ୍କ ବଡ ରଣନୀତି ରହିଥିବା କୁହାଯାଇଛି।
ପୁଲିସର ଗୁଇନ୍ଦା ବିଭାଗ ମଧ୍ୟ ଏନେଇ କୌଣସି ଟେର ମଧ୍ୟ ପାଇପାରିନଥିଲା। ଫଳରେ ନକ୍ସଲ ଏତେବଡ କାର୍ଯ୍ୟକ୍ରମ କରିବାରେ ସଫଳ ହୋଇଛନ୍ତି। ତେବେ ନକ୍ସଲ ଏହି ସହିଦ ସପ୍ତାହରେ ସେଭଳି କୌଣସି ଅଘଟଣ ଘଟାଇନଥିବା ବେଳେ ଆଗାମୀ ଦିନରେ ନକ୍ସଲଙ୍କ ରଣନୀତି କଣ ରହିବ ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/b602aa1f-0946-4059-9ad5-814f890ea916.jpg)