୨ଟି ଟିପ୍ପରରେ ନିଆଁ ଲଗାଇ ପୋଡିଦେଲେ ସଶସ୍ତ୍ର ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଜାପୁର ଜିଲ୍ଲାର ବରଗାପାରା ଗାଁ ନିକଟରେ ରାସ୍ତା କାମ ଚାଲିଥିବା ବେଳେ ଗୁରୁବାର ରାତିରେ ୨୦ରୁ ଊର୍ଦ୍ଧ୍ବ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। କ୍ୟାମ୍ପରେ ଥିବା ଶ୍ରମିକମାନଙ୍କୁ ମାରଧର କରିବା ସହ ତୁରନ୍ତ କ୍ୟାମ୍ପ ଛାଡି ଚାଲିଯିବାକୁ କହିଥିଲେ। ପରେ କାମରେ ନିୟୋଜିତ ଥିବା ଦୁଇଟି ଟିପ୍ପରକୁ ନିଆଁ ଲଗାଇ ପୋଡିଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ଏହି ରାସ୍ତାକୁ ନକ୍ସଲ ପୂର୍ବରୁ ବିରୋଧ କରିଆସୁଥିଲେ। ଠିକାଦାର ନକ୍ସଲଙ୍କ ଚେତାବନୀକୁ ଖାତିରି ନକରି କାମ କରୁଥିବାରୁ ନକ୍ସଲ ପହଞ୍ଚି ଏଭଳି କାଣ୍ଡ ଭିଆଇଛନ୍ତି। ଏହି ଅଞ୍ଚଳରେ ଏବେ କୋକୂଆ ଭୟ ସୃଷ୍ଟି ହୋଇଛି। ଲୋକେ ଆତଙ୍କିତ ହୋଇପଡିଛନ୍ତି।

ଖଣି ଖାଦାନକୁ ତୀବ୍ର ବିରୋଧ କରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଗତ ୨୮ ତାରିଖରେ ନକ୍ସଲ ହିଂସା ଦେଖିବାକୁ ମିଳିଥିଲା। ପ୍ରାୟ ୧୫ ଜଣ ସଶସ୍ତ୍ର ନକ୍ସଲ ପହଞ୍ଚି ତିନୋଟି ଟ୍ରକକୁ ପୋଡି ଦେଇଥିଲେ। ଘନୋରା ଥାନା ଅନ୍ତର୍ଗତ ହିରଙ୍ଗାଇ ଗ୍ରାମ ନିକଟରେ ଗତକାଲି ରାତିରେ ଜଗଦଲପୁରରୁ କାଠ ନେଇ ନାକାଣରୁକ ଯାଉଥିବା ବେଳେ ତିନୋଟି ଟ୍ରକକୁ ନକ୍ସଲ ଅଟକାଇଥିଲେ। ଡ୍ରାଇଭରମାନଙ୍କୁ ସେଠାରୁ ଚାଲିଯିବାକୁ କହିବା ପରେ ଟ୍ରକରେ ନିଆଁ ଲଗାଇ ପୋଡି ଦେଇଥିଲେ।

ସମ୍ବନ୍ଧିତ ଖବର