ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ସହିଦ ସପ୍ତାହରେ ପୁଣି ନକ୍ସଲ ସଂଗଠନକୁ ଝଟକା ଲାଗିଛି। ପ୍ରତିଦିନ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଜିତେନ୍ଦ୍ର ୟାଦବଙ୍କ ନିକଟରେ ଭେରମଗଡ ଏରିଆ କମିଟିର ଭୀମା ସୋଡି ନାମକ ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ସହ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ପୁଲିସ ତରଫରୁ ଏମାନଙ୍କୁ ୨୫ ହଜାର ଟଂକା ଲେଖାଏଁ ସହଯୋଗ ପ୍ରଦାନ କରାଯାଇଛି। ଏଥିସହ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି। ସଂଗଠନରେ ଭେଦଭାବ, ନିର୍ଯାତନା ଦିନକୁ ଦିନ ବଢୁଥିବା ବେଳେ ନିରୀହ ଜନତାଙ୍କୁ ଟାର୍ଗେଟ କରାଯାଉଛି। ଏଥିସହ ପୁଲିସର ଘନ ଘନ କୁମ୍ବିଂରେ ମଧ୍ୟ ନକ୍ସଲ ସଂଗଠନର ହାତ ଛାଡିଲେଣି।ଛତିଶଗଡ ସରକାରଙ୍କର ଘରକୁ ଫେରିଆସ ଯୋଜନାରେ ପ୍ରଭାବିତ ହୋଇ ମଧ୍ୟ ନକ୍ସଲ ସଂଗଠନ ଛାଡୁଥିବା ପୁଲିସ କହିଛି।ତେବେ ଗତ ୬ ମାସ ମଧ୍ୟରେ ୧୪୨ ଜଣ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।