ମାଲକାନଗିରି: ଆସନ୍ତା ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ପାଳନ ପାଇଁ ଆହ୍ବାନ ଦେଇଛନ୍ତି। ମାଓ ସଂଗଠନର ଦକ୍ଷିଣ ସବ ଜୋନାଲ ବ୍ୟୁର ତରଫରୁ ଆଜି ପ୍ରେସ ବିଜ୍ଞପ୍ତିରେ ସହିଦ ଦିବସ ପାଳନ ନେଇ ଉଲ୍ଲେଖ କରାଯାଇଛି। ଏଥିସହ ଗତ ୬ ମାସ ମଧ୍ୟରେ ସଂଗଠନର ୧୦୬ ଜଣ ଆଗଧାଡ଼ିର କମ୍ରେଡଙ୍କର ମୃତ୍ୟୁ ହୋଇଥିବା ସଂଗଠନ ସ୍ବୀକାର କରିଛି। କିନ୍ତୁ ଜାନୁଆରି ୧୬ରେ ଘରଭାରମ କ୍ୟାମ୍ପ ଉପରେ ନକ୍ସଲ ହମଲା କରି ୭୬ ଜଣ ଯବାନକୁ ମଧ୍ୟ ମାରିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ ୯୦ ଜଣ ଯବାନ ମଧ୍ୟ ଆହତ ହୋଇଥିବା କୁହାଯାଇଛି।
ଗଣମାଧ୍ୟମକୁ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତିରେ ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ଗୁଳିବିନିମୟର ହିସାବ ସହ ସଂଗଠନର କିଏ କିଏ ମୃତ୍ୟୁବରଣ କରିଛନ୍ତି, ତାହାର ଏକ ହିସାବ ଦିଆଯାଇଛି। ୧୦୬ ଜଣ ମାଓବାଦୀଙ୍କର ବିଭିନ୍ନ ସମୟରେ ମୃତ୍ୟୁ ହୋଇଥିବାର ପ୍ରମାଣ ସହ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି।ମୃତ୍ୟୁବରଣ କରିଥିବା ଏହି ସହିଦମାନଙ୍କ ଉଦେଶ୍ୟରେ ସଦିହ ଦିବସରେ ଗାଁ ଗାଁରେ ପାଳନ କରିବା ସହ ଏମାନଙ୍କର ବଳିଦାନକୁ ଆଗକୁ ନେବା ବୋଲି କୁହାଯାଇଛି।ପିଏଲଜିଏରେ ଅଧିକରୁ ଅଧିକ ଲୋକ ଯୋଡି ହେବାକୁ ଆହ୍ବାନ ଦିଆଯାଇଛି।ଏପରି କଲେ ହିଁ ଏହି ସହିଦଙ୍କ ସ୍ବପ୍ନକୁ ଆମେ ପୂରଣ କରିପାରିବା ବୋଲି କୁହାଯାଇଛି।ପୁଲିସର ନକ୍ସଲ ଦମନ ଯୋଜନାରେ ସଂଗଠନକୁ ବହୁ କ୍ଷତି ହୋଇଥିବା ସ୍ବୀକାର କରାଯାଇଛି।
ତେବେ ଦେଶର ସ୍ଥିତି ଏବେ ସଂପୂର୍ଣ୍ଣ ତଳକୁ ଖସିଯାଇଛି। ତେଣୁ ଆମକୁ ଫାଶୀବାଦୀ, ପୁଞ୍ଜିପତି, ସାମ୍ରାଜ୍ୟବାଦୀମାନଙ୍କୁ ପରାସ୍ତ କରିବାକୁ ପଡ଼ିବ ବୋଲି କୁହାଯାଇଛି। ମେ ୫ ତାରିଖରେ ହୋଇଥିବା ମେଡିକାଲ ପରୀକ୍ଷାରେ ଦୁର୍ନୀତିରେ ୨୩ ଲକ୍ଷ ପିଲାଙ୍କ ଭାଗ୍ୟ ଅନ୍ଧାରକୁ ଠେଲିଦିଆଯାଇଛି ବୋଲି କୁହାଯାଇଛି। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଶାସନ କରି ଲୋକଙ୍କୁ ଆହୁରି ପଛକୁ ଠେଲି ଦେଇଛନ୍ତି। ଆଦାନୀ, ଆମ୍ବାନୀ ଭଳି ଲୋକଙ୍କୁ କୋଇଲା, ଖଣି ସରକାର ପ୍ରଦାନ କରୁଛନ୍ତି। ନକ୍ସଲ ସଂଗଠନର ଜନଯୁଦ୍ଧସୁ ଦେଶ ସାରା ଲୋକ ସମର୍ଥନ କରୁଛନ୍ତି। ଛତିଶଗଡ଼ ସଲକାର ତରଫରୁ ଆରମ୍ଭ କରାଯାଇଥିବା ‘କଗାର ଅପରେସନ‘ ବିରୋଧରେ କରିବା ପାଇଁ ଆହ୍ବାନ ଦିଆଯାଇଛି।