ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାର ଦୁର୍ଗକନ୍ଦଲ ଥାନା ଅଂଚଳରେ ଗତକାଲି ରାତିରେ ନକ୍ସଲ ପୁଣି ହିଂସା ଘଟାଇଛନ୍ତି। ରାସ୍ତା କାମରେ ନିୟୋଜିତ ଥିବା ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଘଟଣା ଅନୁଯାୟୀ ମେଡୋ ଠାରୁ ଲାଟମରକା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ କରାଯାଉଥିବା ରାସ୍ତା କାମରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚି କ୍ୟାମ୍ପରେ ଥିବା ଲୋକଙ୍କୁ ଉଠାଇଥିଲେ। ସମସ୍ତଙ୍କୁ ଏଠାରୁ ଚାଲିଯିବାକୁ ଧମକ ଦେଇଥିଲେ।ପରେ ଏହି କାମରେ ନିୟୋଜିତ ଥବା ଗାଡିଗୁଡିକକୁ ନିଆଁ ଲଗାଇ ପୋଡି ଦେଇଥିଲେ। ତେବେ ଏହା ପୂର୍ବରୁ ଏହି ରାସ୍ତା କାମକୁ ବନ୍ଦ କରିବା ପାଇଁ ନକ୍ସଲ ଚେତାବନୀ ଦେଇ ଆସୁଥିଲେ।କିନ୍ତୁ ଠିକାଦାର ନକ୍ସଲକୁ ଭୟ ନକରି କାମକୁ ଆଗେଇ ନେଇଥିଲା। ଆଜି ସକାଳୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଆଗାମୀ ଦିନରେ କଡା ସୁରକ୍ଷାରେ କାମ ଆରମ୍ଭ କରାଯିବ ବୋଲି କୁହାଯାଇଛି।
ରାସ୍ତା କାମରେ ନିୟୋଜିତ ଗାଡି ପୋଡିଲେ ନକ୍ସଲ
/sambad/media/post_attachments/wp-content/uploads/2022/11/Mkg-naxal-brunt-vehicle.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)