ଦେବଗଡ଼ : ରବିବାର ଦେବଗଡ଼ ଜିଲ୍ଲା ଲଇମୁରା ଫାଣ୍ଡି ଅନ୍ତର୍ଗତ ରୁକୁଡ଼ା ଗ୍ରାମର ଜଙ୍ଗଲରେ ହୋଇଥିବା ପୁଲିସ୍ ସହ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। କ୍ୟାମ୍ପ୍ରେ ଚଢ଼ଉ କରି ପୁଲିସ ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଛି। ତେବେ ପୁଣିଥରେ ଏସ୍ଡିଏସ୍ ଦାୟିତ୍ୱରେ ଥିବା ଅନ୍ମୋଲ୍ ପୁଲିସ୍ ହାତରୁ ଖସିଯିବାରେ ସକ୍ଷମ ହୋଇଛି। ତେବେ,ଏହି ଘଟଣା ପରେ ଜିଲ୍ଲାରେ ଅଣ୍ଟା ସଳଖୁଥିବା ଲାଲ୍ବାହିନୀକୁ ଧକ୍କା ଲାଗିଥିବା ଚର୍ଚ୍ଚା ହେଉଛି।
ପ୍ରାପ୍ତ ସୂଚନାନୁସାରେ ମାଓବାଦୀମାନେ ରୁକୁଡ଼ା ଜଙ୍ଗଲରେ କ୍ୟାମ୍ପ୍ କରିବା ସହ ଜଙ୍ଗଲ ଦେଇ ଚଳପ୍ରଚଳ କରୁଥିବା ସୂଚନା ପାଇ ଦେବଗଡ଼ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏସଓଜି ଓ ଡିଭିଏଫ ଯବାନମାନେ ରବିବାର ଚଢ଼ଉ କରିଥିଲେ। ଚଢ଼ଉ ବେଳେ ପୁଲିସ୍ ଓ ମାଓବାଦୀ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ହୋଇଥିଲା। ତେବେ ଏଥିରେ କେତେ ମାଓବାଦୀଙ୍କ ମୃତାହତ ସଂପର୍କରେ ପୁଲିସ୍ କୌଣସି ସୂଚନା ଦେଇନାହିଁ। ତେବେ, ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ (ଏସଡିଏସ) ଦ୍ୱାୟିତ୍ୱରେ ଥିବା ଅନମୋଲ ନେତୃତ୍ୱରେ ଲଇମୁରା ଅଞ୍ଚଳର ବିଭିନ୍ନ ଗ୍ରାମରେ ଗୁପ୍ତ ବୈଠକ କରି ସଂଗଠନକୁ ମଜବୁତ୍ କରିବାକୁ ଦଳରେ ୨୨ ଜଣ ମାଓବାଦୀ ଥିବା ସନ୍ଦେହ କରୁଛି। ଏହି ଚଢ଼ଉରେ ଅନ୍ମୋଲ ଖସି ପଳାଇଥିବା ବେଳେ ପୁଲିସ୍ ମାଓ କ୍ୟାମ୍ପ୍ରୁ ୯ ଏମଏମ କାରବାଇନ ଓ ମାଗାଜିନ, ୭.୬୨ ଏମ୍ଏମ୍ ଏସ୍ଏଲ୍ଆର ବ୍ରିଜ ବୋଲକ ଓ ମାଗାଜିନ, ଗୁଳି, କୁରାଢି, ଛୁରି, ସୋଲାର ପ୍ଲେଟ, କମ୍ପ୍ୟୁଟର କିବୋର୍ଡ, ଛତା, ବିଭିନ୍ନ ଔଷଧ, ସାଲାଇନ, ମାଓ ପୁସ୍ତିକା ଆଦି ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/SBPHO16-DGH-ZABAT-ITEM.jpg)
