ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ଦନ୍ତେଵାଡା ଏସ୍ପି ଅଭିଷେକ ପଲ୍ଲବ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ଜଙ୍ଗଲରେ ଲୁଚିଛପି ପୁଲିସ ଉପରେ ଆକ୍ରମଣ କରୁଥିବା ନକ୍ସଲ ରଣନୀତିରେ ପରିବର୍ତନ କରିଛନ୍ତି। ସହରରେ ପଶି ଆତର୍କିତ ଭାବେ ପୁଲିସ ଉପରେ ଆକ୍ରମଣ କରିବେ। ଗୁଇନ୍ଦା ସୂଚନାକୁ ଆଧାର କରି ଏହି ତଥ୍ୟ ଏସପି ଦେଇଛନ୍ତି। ଏସପିଙ୍କ କହିବା ଅନୁଯାୟୀ, ବଡ଼ ଧରଣର ଆକ୍ରମଣ ପାଇଁ ନକ୍ସଲ ଯୋଜନା କରୁଛନ୍ତି। ଗିଦମ ଅଞ୍ଚଳରେ ଏହି ଆକ୍ରମଣ ହୋଇପାରେ। ଟପ୍ କ୍ୟାଡର ନକ୍ସଲ ୱେରଲେସ୍ ମଧ୍ୟରେ ଏନେଇ ନିୟମିତ ଭାବେ କଥାବର୍ତା କରୁଛନ୍ତି। ଯାହାକୁ ପୁଲିସ ଟ୍ରାକ୍ କରିଥିବା ବେଳେ ସମସ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଅନ୍ୟପଟେ ପୁଲିସ, ସିଆରପିଏଫ, ମହିଳା କମାଣ୍ଡୋଙ୍କୁ ନେଇ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପଚରା ଉଚୁରା କରାଯାଉଛି। ଯାନବାହାନ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ମଧ୍ୟ ୨୦୦୩ ମସିହାରେ ନକ୍ସଲ ଗିଦମ ବସ୍ତିରେ ପହଞ୍ଚି ଗିଦମ ଥାନା ଉପରେ ଆକ୍ରମଣ କରିଥିଲେ।
ସତର୍କ କଲେ ଦନ୍ତେଵାଡା ଏସ୍ପି, ସହରରେ ପଶି ଆକ୍ରମଣ କରିବେ ନକ୍ସଲ!
/sambad/media/post_attachments/wp-content/uploads/2019/06/naxal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)