ଦୁଃଖ ପ୍ରକାଶ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ ବାରାହାଲା ଗ୍ରାମର ୧୨ ନମ୍ବର ବୁଥ୍‌କୁ ଯିବା ବାଟରେ ଗ୍ରାମ ରୋଜଗାର ସେବିକା ସଂଯୁକ୍ତା ଡିଗଲଙ୍କର ମାଓବାଦୀଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ତାଙ୍କର ଅକାଳ ମୃତ୍ୟୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଭୀର ଦୁଃଖପ୍ରକାଶ କରିଛନ୍ତି। ଏହା ସହିତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ପୋଲିଂ କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଭାରତର ନିର୍ବାଚନ କମିସନଙ୍କ ନିୟମାନୁସାରେ ମୃତା କର୍ମଚାରୀଙ୍କ ନିକଟ ସଂପର୍କୀୟଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ସିଇଓଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ସମ୍ବନ୍ଧିତ ଖବର