ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜନ୍ତୁରାଇଠାରେ ଗ୍ରାମବାସୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧକୁ ନେଇ ଆଜି ଆନ୍ଧ୍ର ଓଡ଼ିଶା ଜୋନାଲ କମିଟିର ମାଓନେତା ଗଣେଶ ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏହି ଅଡିଓ ଟେପ୍ରେ ସେ କହିଛନ୍ତି ଯେ ଜନ୍ତୁରାଇ ଏବଂ ଯଡାମ୍ବରେ ଯେଉଁ ଘଟଣା ଘଟିଲା ତାହା ପୁଲିସର ଚାଲ୍ ଥିଲା। ଆମ ପାର୍ଟିର ଜଣେ ମୃତ୍ୟୁବରଣ କରିବା ଏବଂ ଜଣେ ଗୁରୁତର ହେବା ପଛରେ ପୁଲିସ ହିଁ ମୁଖ୍ୟ ଦାୟୀ। ପୁଲିସ ହିଁ ଗ୍ରାମବାସୀଙ୍କୁ ଉସୁକାଇ ନକ୍ସଲ ବିରୋଧରେ ଲଢ଼େଇ କରିବା ପାଇଁ କହିଥିଲା। ଏଥିରେ ଗ୍ରାମବାସୀଙ୍କର କିଛି ଭୁଲ ନାହିଁ। ରାସ୍ତା ନିର୍ମାଣ ନେଇ ଆମେ ପୂର୍ବରୁ ଦାବି କରି ଆସୁଥିଲୁ। ଏବେ ପ୍ରଶାସନ ରାସ୍ତା କରିଦେଇ ବାହାବା ନେଉଛି। ଜନ୍ତୁରାଇ ଗ୍ରାମରେ ଚୈତନକୁ ଭେଟିବାକୁ ସେହି ଦିନ ଆମର ଦୁଇ ଜଣ କମ୍ରେଡ ଯାଇଥିଲେ। କିନ୍ତୁ ପୁଲିସର ଏଜେଣ୍ଟମାନେ ଗ୍ରାମବାସୀଙ୍କୁ ଉସୁକାଇ ସେମାନଙ୍କୁ ଧରି ମାଡ଼ ମାରିଥିଲେ। ରାସ୍ତାକୁ ଆମେ କେବେ ମଧ୍ୟ ବିରୋଧ କରୁନଥିଲୁ। ପ୍ରଶାସନ ରାସ୍ତା ନିର୍ମାଣ ନକରି ମାଓବାଦୀଙ୍କୁ ଦୋଷ ଦେଉଥିଲା। ଏବେ ରାସ୍ତା ନିର୍ମାଣ କରି ପୁଲିସ ଯଡ଼ାମ୍ବ ପଞ୍ଚାୟତର ବହୁ ଗ୍ରାମରେ ଲୋକଙ୍କୁ ନେଇ ଏଜେଣ୍ଟ ତିଆରି କରିଛି। ଏଥିରେ ଆନ୍ଧ୍ର ଗ୍ରେହାଉଣ୍ଡର ଯବାନ ମଧ୍ୟ ସାମିଲ ରହିଛନ୍ତି। ତେବେ ପୁଲିସ ଏଜେଣ୍ଟଙ୍କୁ ଭବିଷ୍ୟତରେ ଦଣ୍ଡ ଦିଆଯିବ ବୋଲି ଗଣେଶ ଚେତାବନୀ ଦେଇଛି।
ଗ୍ରାମବାସୀ-ନକ୍ସଲ ଖଣ୍ଡଯୁଦ୍ଧ ଘଟଣା: ଅଡିଓ ଟେପ୍ ଜାରି କଲେ ମାଓ ନେତା ଗଣେଶ, ପୁଲିସ ଏଜେଣ୍ଟଙ୍କୁ ଦଣ୍ଡ ଦେବାକୁ ଚେତାବନୀ
/sambad/media/post_attachments/wp-content/uploads/2019/11/naxals-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)