ଫୁଲବାଣୀ : କନ୍ଧମାଳରେ ଏକ ବଡ଼ଧରଣର ହମ୍ଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ନକ୍ସଲ। ଗୋଇନ୍ଦା ବିଭାଗକୁ ଏହିଭଳି ଏକ ସୂଚନା ମିଳିଛି। ଯାହାକୁ ଦୃଷ୍ଟିରେ ରଖି ପୁଲିସ୍ କମ୍ବିଂ ଅପରେସନ୍ ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସର ବଡ଼ଧରଣର ଏନ୍କାଉଣ୍ଟର ପରେ ଲାଲ୍ବାହିନୀ ଚୁପ୍ ଥିଲା। କିଛିଦିନ ବ୍ୟବଧାନରେ ଏବେ ଉପସ୍ଥିତି ଜାହିର କରିବା ନିମନ୍ତେ ଲଗାତାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୪-୫ ଦିନ ପୂର୍ବେ ଗୋଛାପଡା ଅଞ୍ଚଳରେ ଲାଗ୍ ଲାଗ୍ ଦୁଇ ଦିନ ଧରି ପୋଷ୍ଟର ଲଗାଯାଇଥିଲା। ଗତକାଲି କୋଟଗଡ଼ ଦୁର୍ଗାପଙ୍ଗାରେ ମାଓ ପୋଷ୍ଟର ଲଗାଯାଇଥିଲା। ଆଜି ସକାଳେ ଗୋଛାପଡା ଓ ଫିରିଙ୍ଗିଆ ଥାନା ଅଞ୍ଚଳରୁ ମାଓ ପୋଷ୍ଟର ମିଳିଛି।
ଅନ୍ୟପକ୍ଷରେ, ଗୋଇନ୍ଦାକୁ ମିଳିଥିବା ସୂଚନା ଅନୁଯାୟୀ ସ˚ପ୍ରତି କନ୍ଧମାଳର ବିଭିନ୍ନ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ମାଓବାସୀ ମେଳି କରି ସ˚ଗଠନ ବଢ଼ାଇବାକୁ ଉଦ୍ୟମ ଚଳାଇଛନ୍ତି। ବଡ଼ ଧରଣର ହମଲା କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ହେଲେ, କିଛି ମାସ ପୂର୍ବେ ଏନ୍କାଉଣ୍ଟର୍ରେ ପୁଲିସକୁ ବଡ଼ ସଫଳତା ମିଳିଥିବାରୁ ଚ୍ୟାଲେଞ୍ଜ ଦେବାକୁ ସାହସ ଜୁଟାଇ ପାରୁ ନାହିଁ ଲାଲ ବାହିନୀ। ତା’ସତ୍ତ୍ବେ ଏଠାରେ ବିଭିନ୍ନ ସମୟରେ ପୋଷ୍ଟର ମାରି ଉପସ୍ଥିତି ଜାହିର କରିବା ଏବ˚ ହମ୍ଲା ଯୋଜନା ଚଳାଇଥିବା ସୂଚନା ପାଇଁ ପୁଲିସ କୁମ୍ବିଂ ଅପରେସନ୍କୁ ଜାରି ରଖିଥିବା ଦେଖିବାକୁ ମିଳିଛି।