ବସ ପୋଡ଼ିଦେଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଚିଙ୍ଗାବରମ ନିକଟରେ ଆଜି ସଂଧ୍ୟାରେ ନକ୍ସଲ ଗୋଟିଏ ଘରୋଇ ବସ୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏଥିସହ ଗଛରେ ପୋଷ୍ଟର ମାରି ବିରୋଧ କରିଛନ୍ତି। ଗତ ୬ ତାରିଖ ଦିନ ପୁଲିସ ଏନକାଉଣ୍ଟରରେ ୧୫ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ନେଇ ନକ୍ସଲ ଉଗ୍ରରୂପ ଧାରଣ କରିଛନ୍ତି। ଏହି ଘଟଣାକୁ ବିରୋଧ କରି ନକ୍ସଲ ଗତ ୪ ଦିନ ହେଲା ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ଏକ ଘରୋଇ ବସ ସୁକମାରୁ ଦନ୍ତେୱାଡା ଯାଉଥିଲା। ପୂର୍ବରୁ ଛପି ରହିଥିବା ନକ୍ସଲ ହଠାତ୍‌ ଚିଙ୍ଗାବରମ ନିକଟରେ ବସଟିକୁ ଅଟକାଇଥିଲେ। ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇବା ପାଇଁ କହି ପରେ ବସରେ ନିଆଁ ଲଗାଇ ପୋଡି ଦେଇଥିଲେ। ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି। ଗତ ଏନକାଉଣ୍ଟର ଘଟଣା ପରଠାରୁ ନକ୍ସଲ ହିଂସାତ୍ମକ ହୋଇ ଲଗାତାର ଏଭଳି ଘଟଣା ଘଟାଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର