ଗାଡ଼ି ପୋଡ଼ିଲେ ନକ୍ସଲ

ମାଥିଲି : କିଛିଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ପୁଣି ହିଂସା ଘଟାଇଛନ୍ତି ମାଓବାଦୀ। ମାଥିଲି ବ୍ଲକ ଅନ୍ତର୍ଗତ କୁକୁରକୁଣ୍ତ ଗାଁରେ ରାସ୍ତା କାମରେ ନିୟୋଜିତ ୨ଟି ଗାଡ଼ିକୁ ସଂପୂର୍ଣ୍ଣ ପୋଡ଼ି ଦେଇଛନ୍ତି। ଏଥିରେ ଗୋଟିଏ ଡମ୍ପର ଏବଂ ଗୋଟିଏ ଟିପ୍ପର ରହିଥିବା ସୂଚନା ମିଳିଛି। ମାଥିଲି ବ୍ଲକର ଟେମୃପାଲ୍ଲୀରୁ କୁକୁରକୁଣ୍ଡା ପର୍ଯ୍ୟନ୍ତ ବର୍ତମାନ ରାସ୍ତା କାମ ଚାଲିଛି। ଅନେକ ଦିନ ତଳେ ଏହି କାମ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅନ୍ୟପଟେ ଏହି ରାସ୍ତାକୁ ଆରମ୍ଭ ଦିନରୁ ହିଁ ନକ୍ସଲ ବିରୋଧ କରି ଆସୁଥିଲେ। ତଥାପି କାମ ବନ୍ଦ ହୋଇ ନଥିଲା। ଶେଷରେ ଆଜି ଅପରାହ୍ନରେ ସଶସ୍ତ୍ର ନକ୍ସଲ ଗାଁରେ ପଶିଥିଲେ। କାମକୁ ବନ୍ଦ କରିବା ପରେ ନିୟୋଜିତ ଦୁଇଟି ଗାଡ଼ିକୁ ପୋଡ଼ି ଦେଇ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର