ଡିନାମାଇଟ୍‌ ଖଞ୍ଜିଲେ ମାଓବାଦୀ, ବିସ୍ଫୋରକ ନିଷ୍କ୍ରିୟ ପରେ ବିପଦ ଟିଳିଲା

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର-ବାଲିଗୁଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୫୯ ରେ ମାଓବାଦୀ ଡିନାମାଇଟ୍‌ ଖଞ୍ଜି ନିଜର ଉପସ୍ଥିତି ଜାହିର୍‌ କରିଛନ୍ତି। ସାଇଣ୍ଟିଫିକ୍‌ ଦଳ ବିସ୍ଫୋରକକୁ ନିଷ୍କ୍ରିୟ କରିବା ପ‌େର ବଡ଼ଧରଣର ବିପଦ ଟଳିଛି।

ସୂଚନା ଅନୁସାରେ, ଜାତୀୟ ରାଜପଥ ନଂ ୫୯ ଉର୍ଲାଦାନୀ ନିକଟସ୍ଥ ଜୁରାଖମନ ବଙ୍ଗଳା ପାଖରୁ ଶୁକ୍ରବାର ସ୍ଥାନୀୟ ପୁଲିସ ଏକାଧିକ ମାଓ ପୋଷ୍ଟର ଓ ବ୍ୟାନର ଜବତ କରିଥିଲେ। ତେବେ, ଏହି ରାସ୍ତାରେ ବିସ୍ଫୋରକ ଖଞ୍ଜା ହେଇଥିବା ଜଣାପଡ଼ିବା ପରେ ସାଇଣ୍ଟିଫିକ୍‌ ଦଳ ଆସି ବିସ୍ଫୋରକକୁ ନିଷ୍କ୍ରିୟ କରିଥିଲେ। ଫଳରେ ଏକ ବଡ଼ ବିପଦ ଟଳିଥିଲା।

ତେବେ, ଉର୍ଲାଦାନୀ ସିଆରପିଏଫ କ୍ୟାମ୍ପଠାରୁ ମାତ୍ର ୩/୪ କିଲୋମିଟର ଜୁରାଖମନ ରାସ୍ତା କଡ଼ରେ ମାଓବାଦୀ ପୋଷ୍ଟର ଲଗାଇବା ଏବଂ ଜାତୀୟ ରାଜପଥରେ ଡିନାମାଇଟ୍‌ ଖଂଜିବା ପୁଲିସ ଓ ସିଆର୍‌ପିଏଫକୁ ଚାଲେଞ୍ଜ କରିଛନ୍ତି।

ପ୍ରକାଶଥାଉ କି, ଗତ ଜାନୁଆରି ୩୦ ତାରଖରେ ମାଓବାଦୀ ସହିଦ ସପ୍ତାହ ଅବସରରେ ଉର୍ଲାଦାନୀ ରାସ୍ତା କେନ୍ଦୁଘାଟି ପାଖରେ ଏକ ନିର୍ମାଣାଧୀନ ପୋଲ କାମରେ ନିୟୋଜିତ ଜେସିବି ପୋଡ଼ି ଦେବା ସହ ଗଛ କାଟିରାସ୍ତା ଅବରୋଧ କରିଥିଲେ। ଏହାସହିତ ବାରବନ୍ଧା ଅଂଚଳରେ ଏକ ଦେଶୀ ମଦଭାଟିକୁ ମଧ୍ୟ ପୋଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର