ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଦୁଇ ଗାଁର ୮ ପରିବାରକୁ ଗାଁ ଛାଡିବାକୁ ଚେତାବନୀ ଦେଇଛନ୍ତି ନକ୍ସଲ। ତୁରନ୍ତ ଗାଁ ନଛାଡିଲେ ମୃତ୍ୟୁ ଦଣ୍ଡ ଭୋଗିବେ ବୋଲି ନକ୍ସଲ ଧମକ ଦେଇଥିବା ଗ୍ରାମବାସୀ କହିଛନ୍ତି। ଘଟଣା ଅନୁଯାୟୀ ଗତ କିଛି ଦିନ ତଳେ ଥୁଲଥୁଲି ଏବଂ ମଡବିର ଅଞ୍ଚଳରେ ପୁଲିସ ନକ୍ସଲ ଗୁଳିବିନିମୟରେ ବହୁ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା।
ଏନେଇ ନକ୍ସଲ ପୁଲିସ ଇନଫର୍ମରକୁ ଖୋଜୁଥିଲେ। ଗତକାଲି ଦନ୍ତେୱାଡା ଏବଂ ବିଜାପୁର ସୀମାବର୍ତ୍ତି ଉରସୁର ଥାନା ଅଞ୍ଚଳର ତୁସବାଇ ପଞ୍ଚାୟତର ତୁରମ ଏବଂ କୋକବାଡା ଗ୍ରାମରେ ଗ୍ରାମବାସୀଙ୍କୁ ନେଇ ନକ୍ସଲ ପ୍ରଜାକୋର୍ଟ କରିଥିଲେ।
ଏହି ଦୁଇ ଗ୍ରାମର ୮ ପରିବାର ପୁଲିସ ସହ ମିଶି ଏହି କାଣ୍ଡ ଘଟାଇଥିବା ଅଭିଯୋଗ କରିଥିଲେ। ଦୁଇଟି ଗ୍ରାମର ଚାରି ଚାରି ପରିବାରକୁ ନକ୍ସଲ ଠାବ କରି ତୁରନ୍ତ ଗାଁ ଛାଡି ଚାଲିଯିବାକୁ ଚେତାବନୀ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ଶହେ କିଲୋମିଟର ସୀମାକୁ 'ସକ୍ ମୁକ୍ତ' ଏବଂ 'ଶୂନ୍ୟ ବିଦ୍ୟୁତ୍ ଆଘାତ' ଅଞ୍ଚଳ ଘୋଷଣା
ଗାଁର କୌଣସି ଲୋକ ଏମାନଙ୍କୁ ସହଯୋଗ ନକରିବା ପାଇଁ ଧମକ ଦେଇଥିଲେ। ଗାଁ ନଛାଡିଲେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ। ଏହି ଘଟଣା ପରେ ଗାଁର ଅନ୍ୟ ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ନକ୍ସଲଙ୍କ ଧମକ ପରେ ତୁରନ୍ତ ଗାଁରୁ ୮ ପରିବାର କେଲେପାଲ ଗ୍ରାମକୁ ଚାଲିଯାଇଛନ୍ତି। ଏ
ମାନେ ପୂର୍ବରୁ ଏମାନେ କେଡିନାର ଗିଦମ ଅଞ୍ଚଳରୁ ଆସି ଏଠାରେ ବସବାସ କରୁଥିଲେ। ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଛି। ନକ୍ସଲ ବିତାଡିତ ପରିବାରକୁ ଥଇଥାନ କରିବା ସହ ସୁରକ୍ଷା ପ୍ରଦାନ କରିଥିବା ଦନ୍ତେୱାଡା ଏସପି ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/07/k7T97fDZfJTE6QLqlofp.jpg)