ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପୁଣି ଏନ୍କାଉଣ୍ଟର୍ ହୋଇଛି। ଦୁଇଟି ସ୍ଥାନରେ ହୋଇଥିବା ଗୁଳି ବିନିମୟରେ ୫ ନକ୍ସଲ୍ ନିହତ ହୋଇଛନ୍ତି। ସର୍ଚ ଅପରେସନ୍ରେ ୭ଟି ବନ୍ଧୁକ, ୧୭ଟି ଗୁଳି, ୱାକିଟକି ସମେତ ବହୁ ନକ୍ସଲ ସାମଗ୍ରୀ ଜବତ ହୋଇଛି। ସେପଟେ ଆବୁଝମଡ଼ ଜଙ୍ଗଲରେ ଏନ୍କାଉଣ୍ଟର୍ରେ ମୃତ୍ୟୁବରଣ କରିଥିବା ୨୭ ନକ୍ସଲ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ହେଲେ ୨୭ ମାଓବାଦୀ
ବାସବରାଜୁ ମୁଣ୍ଡରେ ଥିଲା ୧୦ କୋଟି
ମାଓ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ବିଜାପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୩୦୦ ଯବାନ କମ୍ବିଂ ଅପରେସନ୍ରେ ସାମିଲ୍ ହୋଇଥିଲେ। ଆଜି ସକାଳୁ ଯବାନ-ନକ୍ସଲ ମୁହାଁମୁହିଁ ହୋଇଥିଲେ। ଯବାନଙ୍କ ଗୁଳିର ସାମନା କରିନପାରି ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ। ସର୍ଚ ଅପରେସନ୍ ସମୟରେ ୪ ନକ୍ସଲଙ୍କ ମୃତଦେହ ଠାବ କରାଯାଇଛି। ଏଥି ସହ ଚାରୋଟି ବନ୍ଧୁକ ଜବତ ହୋଇଛି। ସେହିପରି ସୁକମା ଜିଲ୍ଲା କିଷ୍ଟରାମ ଜଙ୍ଗଲରେ ପୁଲିସ-ନକ୍ସଲ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ନକ୍ସଲ ପ୍ରାଣ ହରାଇଛି। ଏହି ଏନ୍କାଉଣ୍ଟର୍ରେ ବହୁ ନକ୍ସଲ ମୃତାହତ ହୋଇଥିବା ପୁଲିସ କହିଛି। ଅପରପକ୍ଷରେ ଆବୁଝମଡ଼ ଏନ୍କାଉଣ୍ଟରରେ ମୃତ୍ୟୁବରଣ କରିଥିବା ୨୭ ନକ୍ସଲ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ୧୦ କୋଟି ପୁରସ୍କାର ଘୋଷିତ କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁ (୭୦), ୨୫ ଲକ୍ଷ ଘୋଷିତ ଡିକେଏସ୍ଜେଡସିଏମ୍ର ଜଙ୍ଗୁ ନବୀନ ଓରଫ ମଧୁ (୪୫), ୧୦ ଲକ୍ଷ ଘୋଷିତ ପିଏଲ୍ଜିଏ ସଦସ୍ୟା ସଙ୍ଗୀତା (୩୫), ୧୦ ଲକ୍ଷ ଘୋଷିତ ଭୂମିକା (୩୫), ୧୦ ଲକ୍ଷ ଘୋଷିତ ରୋଶନ ଓରଫ ଟିପୁ (୩୫), ୧୦ ଲକ୍ଷ ଘୋଷିତ ସୋମଲି (୩୦), ୮ ଲକ୍ଷ ଘୋଷିତ ଉଗେନ୍ଦ୍ର (୩୦), ୮ ଲକ୍ଷ ଘୋଷିତ ଉଙ୍ଗା ଓରଫ ନବୀନ (୨୫), ୮ ଲକ୍ଷ ଘୋଷିତ ବୁଚ୍ଚି ଓରଫ ବସନ୍ତୀ (୨୫), ୮ ଲକ୍ଷ ଘୋଷିତ ଭୀମ ଓରଫ ମାସେ (୨୫), ୮ ଲକ୍ଷ ଘୋଷିତ ରବି ବଣ୍ଡୋ (୨୫), ୮ ଲକ୍ଷ ଘୋଷିତ ଗୀତା (୨୫), ୮ ଲକ୍ଷ ଘୋଷିତ ଜୁଗୋ ଓରଫ ଯମୁନା (୨୫), ୮ ଲକ୍ଷ ଘୋଷିତ ବିଜା ଓରଫ ଲାଲସୁ (୨୩), ୮ ଲକ୍ଷ ଘୋଷିତ ଛୋଟି ଓରଫ ରେଶମା (୨୩), ୮ ଲକ୍ଷ ଘୋଷିତ କୋସି ଓରଫ କାନ୍ତି (୨୩), ୮ ଲକ୍ଷ ଘୋଷିତ ଇଡମେ ଓରଫ ସନକି (୨୫), ୮ ଲକ୍ଷ ଘୋଷିତ ସୂର୍ଯ୍ୟା (୨୨), ୮ ଲକ୍ଷ ଘୋଷିତ କୋସା ଓରଫ ନାଗେଶ (୨୨), ୮ ଲକ୍ଷ ଘୋଷିତ ରାଜୁ ଆୟାମ (୨୨), ୮ ଲକ୍ଷ ଘୋଷିତ ବଦରୁ ଅଡି (୨୬), ୮ ଲକ୍ଷ ଘୋଷିତ ମଣ୍ଡକୋ ଓରଫ ସରିତା (୩୦), ୮ ଲକ୍ଷ ଘୋଷିତ ରାଜେଶ ତେଲମ (୩୫), ୮ ଲକ୍ଷ ଘୋଷିତ ଆଚତେ (୨୫), ୮ ଲକ୍ଷ ଘୋଷିତ କଳ୍ପନା ଅବଲମ (୨୦), ୮ ଲକ୍ଷ ଘୋଷିତ ନନ୍ଦୁ ଓରଫ ନୀଲେଶ (୩୦) ଓ ୮ ଲକ୍ଷ ପୁରସ୍କାର ରାଶି ଘୋଷିତ ନକ୍ସଲ ସୁନୀଲ (୨୫)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/24/nZTiyIx17Ep5HxN8cDBF.jpg)