ଜଣକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଦୋରନାପାଲ ଠାରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମିଳିଥିବା ସୂଚନା ଅନୁଯାୟୀ ଦୋରନାପାଲ ଥାନା ଅନ୍ତର୍ଗତ ପୁନପାଲୀ ଗ୍ରାମର ବଂଜାମୀ ସୁକଡା ନାମକ ବ୍ୟକ୍ତିକୁ ପୋଲିସ ଇନଫର୍ମର ଦର୍ଶାଇ ନକ୍ସଲ ଆଦି ଦିନ ଦ୍ୱିପହରରେ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳି ଯାଇଛି। ଅନ୍ୟପଟେ ସୁକମାରେ ନକ୍ସଲ ହିଂସା ଥମିବାର ନାମ ନେଉନାହିଁ। ଲଗାତାର ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ଦର୍ଶାଇ ହତ୍ୟା କରି ଚାଲିଛନ୍ତି ନକ୍ସଲ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର