ମାଲକାନଗିରି: ପୁଣି ସୀମାନ୍ତ ଛତିଶଗଡର ବସ୍ତର ଜିଲ୍ଲାରେ ହୃଦୟସ୍ପର୍ଶୀ ଘଟଣା ପଦାକୁ ଆସିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦୁଇ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ବିଜାପୁର ଏବଂ ଦନ୍ତେୱାଡା ଜିଲ୍ଲାର ସୀମାବର୍ତ୍ତୀ ଗାଁରେ ଘଟିଛି। ଏମାନଙ୍କ ମଧ୍ୟରୁ ଜଣେ ଶିକ୍ଷାଦୂତ ମଧ୍ୟ ରହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ବାରାସୁର ଥାନା ଅନ୍ତର୍ଗତ ଭେରମଗଡ ପଞ୍ଚାୟତର ତୋଇମା ଗ୍ରାମରେ ପହଞ୍ଚିଥିଲେ। ତେବେ ପଞ୍ଚାୟତ ନିର୍ବାଚନ ଗୋଟିଏ ଦିନ ପୂର୍ବରୁ ନକ୍ସଲ ଏଭଳି କାଣ୍ଡଘଟାଇ ଲୋକଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପୁଲିସ କହିଛି।
ରାତିରେ ଗାଁରେ ପହଞ୍ଚିବା ପରେ ନକ୍ସଲ ଶିକ୍ଷାଦୂତ ବାମନ କଶ୍ୟପ ଏବଂ ଅନିଶ ରାମଙ୍କୁ ଖୋଜିଥିଲେ। ସେମାନଙ୍କ ଘରକୁ ଠାବ କରିବା ପରେ ଦୁହିଁଙ୍କୁ ଅପହରଣ କରିନେଇ ଜଙ୍ଗଲକୁ ଚାଲିଯାଇଥିଲେ। ଜଙ୍ଗଲରେ ଦୁହିଁଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିସ୍ତୁକ ମାଡ ମାରିଥିଲେ। ପରେ ଏକ ଧାରୁଆ ଅସ୍ତ୍ରରେ ଦୁହିଁଙ୍କୁ ହତ୍ୟା କରିଥିଲେ।
ଅଧିକ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶା ବିକାଶ ପାଇଁ କେତେ ଖର୍ଚ୍ଚ ହୋଇଛି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ହତ୍ୟା କରିବା ପରେ ମୃତଦେହକୁ ଗାଁ ନିକଟରେ ଫିଙ୍ଗି ଚାଲିଯାଇଥିଲେ। ଦୁଇ ଜଣ ପୁଲିସ ସହ ସମ୍ପର୍କ ରଖି ନକ୍ସଲଙ୍କ ଗତିବିଧି ବିଷୟରେ ଦେଉଥିବା ନକ୍ସଲ କହିଛନ୍ତି। ବାରମ୍ବାର ସେମାନଙ୍କୁ ନ କରିବାକୁ କୁହାଯାଇଥିଲେ ମଧ୍ୟ ମାନି ନଥିଲେ। ତେଣୁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ନକ୍ସଲ ସଂଗଠନ କହିଛି।
ପୁଲିସ ଖବର ପାଇ ଘଟଣାସ୍ଥଲରେ ପହଞ୍ଚି ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ କରାଇଛି। ଏହି ଘଟଣା ପରେ ଗାଁ ସମେତ ସମଗ୍ର ପଞ୍ଚାୟତର କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ଭୋଟ ଦେବାକୁ ମଧ୍ୟ ଭୟ କରୁଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ:ଗତ ୨୦ଦିନ ମଧ୍ୟରେ ରାମ ମନ୍ଦିରକୁ ଶ୍ରଦ୍ଧାଳୁ କରିଥିବା ଦାନକୁ ଗଣାଯାଇ ପାରୁ ନାହିଁ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/20/d7oZxkTMjmcMLHCo7pZT.jpg)